ଶିଶୁକନ୍ୟା ଦେହରେ ଗରମ ପାଣି ପଡ଼ିବା ଘଟଣାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଜଣେ ଶିଶୁକନ୍ୟା ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରର ସୁପର୍‌ଭାଇଜର୍‌ଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି। ଗୁରୁତର ଶିଶୁଟି ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ଗତ ୧୪ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ୩ ବର୍ଷର ଶିଶୁକନ୍ୟା ଦେହରେ […]

sonpur

Jyoshna Pradhan
  • Published: Friday, 17 May 2019
  • , Updated: 17 May 2019, 02:32 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଜଣେ ଶିଶୁକନ୍ୟା ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରର ସୁପର୍‌ଭାଇଜର୍‌ଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି।

ଗୁରୁତର ଶିଶୁଟି ଏବେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି।

ଗତ ୧୪ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ୩ ବର୍ଷର ଶିଶୁକନ୍ୟା ଦେହରେ ଗରମ ପାଣି ପଡ଼ିଯାଇଥିଲା।  ଏଥିଯୋଗୁ ତା’ ଛାତି, ପେଟ ଓ ପିଠି ପୋଡ଼ି ଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ତା’ ଉପରେ ଗରମ ପାଣି ଢାଳି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ।

Related story