ଥାନାରେ ଏତଲା ପରେ କ୍ଷମା ମାଗିଲେ ପପୁ ପମ୍‌ ପମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ କରାଯାଉ ବୋଲି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚର ଏତଲାରେ ଦର୍ଶାଇଛି। ଅନ୍ୟପକ୍ଷରେ ପପୁ ପୁଣି ଥରେ କ୍ଷମା ମାଗିଛନ୍ତି। ସେ କହିଛନ୍ତି-“ସାଧାରଣ ସ୍ତରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ୱ […]

papu-again-confess-on-rani-mandal-issu

Manoranjan Sial
  • Published: Tuesday, 27 August 2019
  • , Updated: 27 August 2019, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ରାନୁଙ୍କୁ ଅପମାନିତ କରିଥିବାରୁ ପପୁଙ୍କୁ ଗିରଫ କରାଯାଉ ବୋଲି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚର ଏତଲାରେ ଦର୍ଶାଇଛି। ଅନ୍ୟପକ୍ଷରେ ପପୁ ପୁଣି ଥରେ କ୍ଷମା ମାଗିଛନ୍ତି।

ସେ କହିଛନ୍ତି-“ସାଧାରଣ ସ୍ତରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ରାନୁ ମଣ୍ଡଳ। ସେ ଗାଇଥିବା ଗୀତ ଯେମିତି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ମୁଁ ଓ ମୋର ବନ୍ଧୁ ଗୋଟିଏ ଭିଡିଓ କରିଥିଲୁ। ଯେଉଁଥିରେ ତାଙ୍କ ଭଳି ରୂପ ଗୀତ ଗାଇଥିଲୁ। ଏହା ହେଉଛି, ଜଣେ କଳାକାରଙ୍କ ପ୍ରତି ଅନ୍ୟ ଜଣେ କଳାକାର ପ୍ରକୃତ ଉପହାର ବା ଶୁଭେଚ୍ଛା। ଏହି ଉଦ୍ଦେଶ୍ୟ ନେଇ ଆମେ ଭିଡିଓ କରିଥିଲୁ। କିନ୍ତୁ ତାହା ବିବାଦ ଭିତରକୁ ଆସିଲା ଭଳି କିଛି ଲୋକ କହିଲେ। ତେବେ ସବୁ କଥାରୁ ଦୋଷ ବାହାର କଲେ ବାହାରିବ। ଲୋକ ତ ଭଗବାନଙ୍କର ଦୋଷ ବାଛୁଛନ୍ତି। ମୁଁ ତ ମଣିଷଟିଏ। ସକାରାତ୍ମକ ମନୋଭାବ ନେଇ ଭିଡିଓଟିକୁ ପ୍ରସ୍ତୁତ କରିଥିଲି। ଏଥିପାଇଁ ଯଦି କାହାକୁ କଷ୍ଟ ହୋଇଥିବ, ମୁଁ କ୍ଷମା ମାଗୁଛି। ଭଲ କଥାକୁ ଭଲରେ ନିଅନ୍ତୁ। ସବୁକଥାରେ ବିତର୍କ ଉଠାଇଲେ ଭଲ କଥା ନୁହେଁ।”

Related story