ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ହାଇକୋର୍ଟ ଗଲେ ପ୍ରକୃତି। ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେଇଥିଲେ। ହେଲେ ସେମାନଙ୍କ ବିରୋଧରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯେଉଁଥିପାଇଁ ଆଜି ପ୍ରକୃତି ହାଇକୋର୍ଟ ଯାଇଥିବା ଜଣାପଡ଼ିଛି।
ହାଇକୋର୍ଟଙ୍କ ଦ୍ୱାରସ୍ଥ ନେଇ ପ୍ରକୃତି ମିଶ୍ର କହିଛନ୍ତି, ମୋ’ ସାଙ୍ଗରେ ନ୍ୟାୟ କି ଅନ୍ୟାୟ ହୋଇଛି, ତାହା ସମସ୍ତେ ଦେଖିଛନ୍ତି। ମୋର କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି। ମୋତେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍ ଗୋଟିଏ କାର୍ରେ ଯାଉଥିଲେ। ତେବେ ସେମାନଙ୍କୁ ବିଚ୍ ରାସ୍ତାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଅଟକାଇ ମାଡ଼ ମାରିଥିଲେ। ଏପରିକି ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା’ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ତୃପ୍ତି ଓ ତୃପ୍ତିଙ୍କ ବାପାଙ୍କ ନାଁରେ ଅଭିଯୋଗ ରହିଥିଲା। ଉଭୟ ପ୍ରକୃତିକୁ ମାଡ଼ ମାରିଥିବା ଏତଲାରେ କୁହାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।