ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍। ୯,୬୨୯ କୋଟି ଟଙ୍କାର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ଚାଷୀଙ୍କ ସମସ୍ୟାକୁ ନେଇ ଦୁଇ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ମଧ୍ୟ ଚାଷୀ ପ୍ରସଙ୍ଗ ଉଠିପାରେ। ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ସମ୍ଭାବନା ରହିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ […]

assembly

Rakesh Mallick
  • Published: Thursday, 30 November 2017
  • , Updated: 30 November 2017, 07:46 AM IST

ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍। ୯,୬୨୯ କୋଟି ଟଙ୍କାର ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଥିଲା। ଚାଷୀଙ୍କ ସମସ୍ୟାକୁ ନେଇ ଦୁଇ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ମଧ୍ୟ ଚାଷୀ ପ୍ରସଙ୍ଗ ଉଠିପାରେ। ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ସମ୍ଭାବନା ରହିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ବିଧାନସଭା ଗୃହ କମିଟିକୁ ଭେଟିବାକୁ ଅନୁମତି ଦେଇ ନ ଥିବା ସଂପର୍କରେ ଗୃହକୁ ଅବଗତ କରାଯିବ। କମିଟିର ରିପୋର୍ଟ ଗୃହକୁ ଉପସ୍ଥାପନ କରାଯିବା ପରେ ଆଲୋଚନା ହୋଇପାରେ।

Related story