ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେଲା ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିଥିବାବେଳେ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଓ ସମ୍ କୋଭିଡ୍ ହସ୍ପିଟାଲକୁ ଆଜିଠୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଏମସି ସୂଚନା ଦେଇଛିି। ବିଏମସିର ସୂଚନା ଅନୁସାରେ, କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାର ମୁକାବିଲା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ଆଇସିୟୁ ସହ ମୋଟ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସମ୍ କୋଭିଡ୍ ହସ୍ପିଟାଲର ବେଡ୍ […]

aditya-ashwini-covid-hospit

aditya-ashwini-covid-hospit

Ordigital Desk
  • Published: Wednesday, 14 April 2021
  • Updated: 14 April 2021, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିଥିବାବେଳେ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ ଓ ସମ୍ କୋଭିଡ୍ ହସ୍ପିଟାଲକୁ ଆଜିଠୁ କାର୍ଯ୍ୟକ୍ଷମ କରାଯାଇଛି ବୋଲି ବିଏମସି ସୂଚନା ଦେଇଛିି।

ବିଏମସିର ସୂଚନା ଅନୁସାରେ, କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାର ମୁକାବିଲା ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ଆଇସିୟୁ ସହ ମୋଟ ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସମ୍ କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଥିବାବେଳେ ପଟିଆରେ ୬୦, ଡୁମୁଡୁମାରେ ୪୫ଟି ବେଡ୍‌ରେ କୋଭିଡ୍ କେୟାର ହସ୍ପିଟାଲ ଖୋଲିବ। ପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ ୩ଟି କ୍ୱାରେଣ୍ଟାଇନ ସେଣ୍ଟର କରାଯାଇଛି। ଓୟୋ ହୋଟେଲରେ ୪୦ଟି ବେଡ୍ ବିଶିଷ୍ଟ କ୍ୱାରେଣ୍ଟାଇନ ଗୃହର ବ୍ୟବସ୍ଥା ହୋଇଛି।

ସେହିପରି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ବିଏମସି କଣ୍ଟ୍ରୋଲ ରୁମରେ ୧୦ଟି ରାପିଡ୍ ରେସପନ୍ସ ଟିମକୁ ମୁତୟନ କରାଯାଇଥିବାବେଳେ ୮ଟି ରାପିଡ୍ ରେସପନ୍ସ ଟିମକୁ ଜୋନାଲ ଡେପୁଟି କମିଶନରଙ୍କ ଅଧୀନରେ ରଖାଯାଇଛି। ଏହି ଟିମ୍ ଦୈନିକ ସ୍ଥାନୀୟ ସଂକ୍ରମିତଙ୍କ ଚିହ୍ନଟ କରିବ। କୋଭିଡ୍ ସଂକ୍ରମିତଙ୍କ ପାଖରେ ଫୋନ୍ କଲ ହେଉ ଅବା ବ୍ୟକ୍ତିଗତ ଭାବେ ଯାଇ ବିଏମସି ପହଂଚୁଛି। ଆବଶ୍ୟକ ପଡ଼ିଲେ ହୋମ୍ ଆଇସୋଲେସନ କିଟ୍ ଯୋଗାଇ ଦିଆଯାଉଛି।

ସେହିପରି ଯଦି କେହି କିଛି ସମସ୍ୟା ଅନୁଭବ କରନ୍ତି ଓ ହସ୍ପିଟାଲ ସ୍ଥାନାନ୍ତର ହେବାକୁ ଚାହାଁନ୍ତି ତା’ହେଲେ ବିଏମସିର ଟୋଲ ଫ୍ରି ନମ୍ବର ୧୯୨୯କୁ ଫୋନ୍ କରି ଏହି ସୁବିଧା ପାଇପାରିବେ। ରାଜଧାନୀରେ ଏବେ ପ୍ରାୟ ଦୈନିକ ୧୦ହଜାର ଡୋଜ୍ କୋଭିଡ୍ ଟିକା ପ୍ରଦାନ କରାଯାଉଛି। ଭୁବନେଶ୍ୱରରେ ଏବେସୁଦ୍ଧା ଟୀକାର ଅଭାବ ପରିଲକ୍ଷିତ ହୋଇନାହିଁ । ବଜାର ଓ ମନ୍ଦିରଗୁଡ଼ିକରେ ସଂକ୍ରମଣର ଆଶଙ୍କା ଥିବାରୁ ପୁଲିସ ସହାୟତାରେ ମାସ୍କ ଚେକିଂ ଓ ଗହଳି ଏଡ଼ାଇବାକୁ ପଦକ୍ଷେପ ନିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos