ବାତ୍ୟା ଆଶ୍ରୟସ୍ଥଳରେ ଗତକାଲି ସନ୍ଧ୍ୟାରୁ ଭୋକିଲା ଅଛନ୍ତି ଲୋକେ

ପାରାଦୀପ (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରି ସାରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁ ଥିଲା। ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ‘ତିତ୍‌ଲି’ ଧୀରେ ଧୀରେ ଦୁର୍ବଳ ହେବ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। କିଛି ସ୍ଥାନରେ ବନ୍ୟା ସ୍ଥିତି ମଧ୍ୟ ଦେଖାଯାଇପାରେ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ […]

70

Jitendra Garnayak
  • Published: Thursday, 11 October 2018
  • , Updated: 11 October 2018, 09:25 AM IST

ପାରାଦୀପ (ଓଡ଼ିଶା ରିପୋର୍ଟର): ଲ୍ୟାଣ୍ଡଫଲ୍ କରି ସାରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ଏହା ସ୍ଥଳଭାଗ ଛୁଇଁ ଥିଲା। ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି।

‘ତିତ୍‌ଲି’ ଧୀରେ ଧୀରେ ଦୁର୍ବଳ ହେବ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। କିଛି ସ୍ଥାନରେ ବନ୍ୟା ସ୍ଥିତି ମଧ୍ୟ ଦେଖାଯାଇପାରେ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବାତ୍ୟା ‘ତିତ୍‌ଲି’ ପାଇଁ ପାରାଦୀପରେ କିଛି ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି। କିନ୍ତୁ ଏଠାରେ ସାମ୍ନାକୁ ଆସିଛି ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର।

ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ଗତ ସନ୍ଧ୍ୟାରୁ ଖାଇବାକୁ ଦିଆଯାଇନାହିଁ। କୌଣସି ରନ୍ଧା ଖାଦ୍ୟର ବ୍ୟବସ୍ଥା ପ୍ରଶାସନ କରିନଥିବା ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ଅନ୍ୟ କୌଣସି ମଧ୍ୟ ସୁବିଧା ମଧ୍ୟ କରାଯାଇ ନାହିଁ। ସକାଳ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଆସି ପହଞ୍ଚି ନାହାନ୍ତି।

ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଯେହେତୁ ଗତକାଲି ରାତିରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଥିଲା, ତେଣୁ କିଛି ସୁବିଧା ଯୋଗାଇ ଦିଆଯାଇ ପାରି ନଥିଲା। ଆଜି ସକାଳେ ସବୁ ବ୍ୟବସ୍ଥା କରାଯିବ।

Related story