କାଲିଠୁ ଏହି ସହର ଶଟ୍‌ଡାଉନ୍‌

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କାଲିଠାରୁ ଢେଙ୍କାନାଳ ସହର ୪ ଦିନ ପାଇଁ ଶଟ୍‌ଡାଉନ୍ ରହିବ। ୨୭ ଓ ୨୮ ତାରିଖରେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳର ୨୩ଟି ୱାର୍ଡ ସମେତ ପୂରା ସହର ଶଟ୍‌ଡାଉନ୍‌ ରହିବ। ଅନ୍ୟପକ୍ଷରେ ୨୯ ଓ ୩୦ ତାରିଖ ହେଉଛି ସପ୍ତାହାନ୍ତ ଶଟ୍‌ଡାଉନ୍‌। Collector, Dhenkanal ordered shutdown in Dhenkanal Municipality from 27-08-2020 to 28-08-2020 to prevent the spread of Covid-19. pic.twitter.com/Ha1nC6eCAV — District Dhenkanal (@districtadmndkl) […]

corona-8-1

Jitendra Garnayak
  • Published: Wednesday, 26 August 2020
  • , Updated: 26 August 2020, 01:21 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କାଲିଠାରୁ ଢେଙ୍କାନାଳ ସହର ୪ ଦିନ ପାଇଁ ଶଟ୍‌ଡାଉନ୍ ରହିବ। ୨୭ ଓ ୨୮ ତାରିଖରେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳର ୨୩ଟି ୱାର୍ଡ ସମେତ ପୂରା ସହର ଶଟ୍‌ଡାଉନ୍‌ ରହିବ। ଅନ୍ୟପକ୍ଷରେ ୨୯ ଓ ୩୦ ତାରିଖ ହେଉଛି ସପ୍ତାହାନ୍ତ ଶଟ୍‌ଡାଉନ୍‌।


କରୋନା ସଂକ୍ରମଣ ରୋକିବା ପାଇଁ ଢେଙ୍କାନାଳ ସହରକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଆଜି ଆସିଥିବା ରିପୋର୍ଟରୁ ଢେଙ୍କାନାଳ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳର ୧୬ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦକ୍ଷିଣକାଳି ଅଞ୍ଚଳର ୧୧ ଜଣ ଥିବା ବେଳେ ହାଟରୋଡ୍‌ରୁ ୩, କ୍ୟାଲଟାକ୍ସରୁ ଜଣେ ଓ କାରିଗରସାହିରୁ ଜଣେ ଅଛନ୍ତି।


ଢେଙ୍କାନାଳ ଜିଲ୍ଲାରେ ୧୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୭ ଜଣ ସୁସ୍ଥ ହୋଇସାରିଲେଣି। ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।

Related story