ଏଥର ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ଧନୀ ଓ 'ଦାଗୀ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଏଥର ଅପେକ୍ଷାକୃତ ଅଧିକ ସଂଖ୍ୟାରେ ‘ଦାଗୀ’ ଓ ଧନୀ ମନ୍ତ୍ରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ପଞ୍ଚମପାଳିରେ ‘ଫାଇଭ-ଟି’ ଉପରେ ଗୁରୁତ୍ୱ ଦେଇ ଦୁର୍ନୀତି ଉପରେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଗତ ମନ୍ତ୍ରିମଣ୍ଡଳ (୪ର୍ଥ ପାଳିର ସରକାର) ତୁଳନାରେ ଅଧିକ ଦାଗୀ ନେତାଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇଛନ୍ତି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ପକ୍ଷରୁ ଜାରି ରିପୋର୍ଟ […]

assembly

Manoranjan Sial
  • Published: Friday, 23 August 2019
  • , Updated: 23 August 2019, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଏଥର ଅପେକ୍ଷାକୃତ ଅଧିକ ସଂଖ୍ୟାରେ 'ଦାଗୀ' ଓ ଧନୀ ମନ୍ତ୍ରୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ପଞ୍ଚମପାଳିରେ ‘ଫାଇଭ-ଟି’ ଉପରେ ଗୁରୁତ୍ୱ ଦେଇ ଦୁର୍ନୀତି ଉପରେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଗତ ମନ୍ତ୍ରିମଣ୍ଡଳ (୪ର୍ଥ ପାଳିର ସରକାର) ତୁଳନାରେ ଅଧିକ ଦାଗୀ ନେତାଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇଛନ୍ତି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ନବୀନଙ୍କ ଚତୁର୍ଥ ପାଳି ସରକାର (୨୦୧୪)ରେ ୫୯ ପ୍ରତିଶତ ମନ୍ତ୍ରୀ କୋଟିପତି ହୋଇଥିବାବେଳେ ଏଥର ଏହା ୬୨%କୁ ବୃଦ୍ଧି ପାଇଛି।

ସେହିପରି ମନ୍ତ୍ରୀମାନଙ୍କ ହାରାହାରି ସମ୍ପତ୍ତି ୨.୨୭କୋଟି ଟଙ୍କା ଥିବାବେଳେ ଚଳିତ ମନ୍ତ୍ରିମଣ୍ଡଳରେ ଏହା ହାରହାରି ୭.୩୪କୋଟି ଟଙ୍କା ରହିଛି। ନବୀନଙ୍କୁ ମିଶାଇ ଏଥର ମନ୍ତ୍ରିମଣ୍ଡଳର ମୋଟ ୨୧ ଜଣ ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ କୋଟିପତି। ନବୀନ ସର୍ବାଧିକ ୬୩.୮୭ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ହୋଇଥିବା ବେଳେ ତାଙ୍କ ପଛକୁ ମନ୍ତ୍ରୀ ନବ କିଶୋର ଦାସ ୩୩.୬୨କୋଟି ଟଙ୍କା ଓ ପ୍ରତାପ ଜେନା ୯.୬୪ କୋଟି ଟଙ୍କା ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ନବୀନଙ୍କ ଚତୁର୍ଥ ପାଳି ସରକାରରେ ୧୮ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ସଙ୍ଗିନ ଅପରାଧ ମାମଲା ରହିଥିବାବେଳେ ଚଳିତ ମନ୍ତ୍ରିମଣ୍ଡଳରେ ୩୩ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ସଙ୍ଗିନ ଅପରାଧ ରହିଛି। ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ପ୍ରଫୁଲ୍ଲ ମଲ୍ଲିକ, ସମୀର ରଞ୍ଜନ ଦାଶ, ପ୍ରତାପ ଜେନା,ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁରେ ସଙ୍ଗିନ ଅପରାଧ ମାମଲା ରହିଛି। ନବୀନଙ୍କ ମନ୍ତ୍ରିମଣ୍ଡଳରେ ୪ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ହୋଇଥିବାବେଳେ ୧୭ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ୍ ବା ତଦୁଦ୍ଧ୍ୱର୍ । ସେହିପରି ୮ଜଣ ମନ୍ତ୍ରୀଙ୍କ ବୟସ ୩୧ରୁ ୫୦ବର୍ଷ ମଧ୍ୟରେ ହୋଇଥିବାବେଳେ ୧୩ଜଣଙ୍କର ବୟସ ୫୧ରୁ ୮୦ବର୍ଷ ମଧ୍ୟରେ। ୨୦୧୪ ଭଳି ଏଥର ମଧ୍ୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱ ସମାନ ରହିଛି।

Related story