ସାମାଜିକ ଦୂରତ୍ୱ ବଜାୟ ରଖି କୃଷି କାର୍ଯ୍ୟ କରିବାକୁ ଆଡ୍‌ଭାଇଜରୀ ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ସମୟରେ ଦେଶରେ ଚାଷ କାମରେ ଯେପରି ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। କୃଷି କାର୍ଯ୍ୟକୁ ଏଥିରୁ ବାଦ୍ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। ଏଥିରେ ଚାଷୀ ଏବଂ ଚାଷ କାମ ଯେପରିକି, ବିହନ ବୁଣିବା, କୃଷି ଯନ୍ତ୍ରାଂଶ ପରିବହନ, ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ବାଦ୍ ଦେବାକୁ କୁହାଯାଇଛି। ତା’ସହିତ ସାମାଜିକ ଦୂରତ୍ୱ […]

farming

Jitendra Garnayak
  • Published: Saturday, 04 April 2020
  • , Updated: 04 April 2020, 10:48 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ସମୟରେ ଦେଶରେ ଚାଷ କାମରେ ଯେପରି ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। କୃଷି କାର୍ଯ୍ୟକୁ ଏଥିରୁ ବାଦ୍ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି।

ଏଥିରେ ଚାଷୀ ଏବଂ ଚାଷ କାମ ଯେପରିକି, ବିହନ ବୁଣିବା, କୃଷି ଯନ୍ତ୍ରାଂଶ ପରିବହନ, ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକୁ ବାଦ୍ ଦେବାକୁ କୁହାଯାଇଛି।

ତା’ସହିତ ସାମାଜିକ ଦୂରତ୍ୱ ବଜାୟ ରଖି କୃଷି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଆଡଭାଇଜରୀକୁ ଗୁରୁତର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

Related story