ରାତି ପାହିଲେ ହୋଇଥାଆନ୍ତା ଶୁଦ୍ଧିକ୍ରିୟା, ଖବର ଆସିଲା ପୁଅ ବଞ୍ଚିଛି

ବୌଦ୍ଧ (ଦୀପକ ଅଦର): ଶୁଦ୍ଧିକ୍ରିୟା ପାଇଁ ଘରେ ଚାଲିଥିଲା ପ୍ରସ୍ତୁତି। ରାତି ପାହିଲେ ଶୁଦ୍ଧି ହୋଇଥାଆନ୍ତେ ପରିବାର ଲୋକେ। ହେଲେ ଅଚାନକ ଖବର ଆସିଲା ପୁଅ ବଞ୍ଚିଛି। ସରପଞ୍ଚଙ୍କଠାରୁ ଖବର ପାଇ ବିଶ୍ୱାସ କରିପାରିଲେନି ବାପା-ମାଆ। ଚେତା ହରାଇ ତଳେ ପଡ଼ି ଗଲେ! ହୋସ୍‌ ଫେରିଲା ପରେ ହଜିଲା ପୁଅ ବିଷୟରେ ସବୁ ଶୁଣିଲେ। ଆଉ ସ୍ନେହ କାଙ୍ଗାଳି ମାଆ ଜିଦ୍‌ ଧରି ବସିଲେ, ପୁଆ ଘରକୁ ଆସିଲେ ଖାଇବି…। ୧୦ ବର୍ଷ ପରେ ମାଆ କୋଳକୁ […]

Boudha

Boudha

Manoranjan Sial
  • Published: Saturday, 10 September 2022
  • Updated: 10 September 2022, 10:33 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ଶୁଦ୍ଧିକ୍ରିୟା ପାଇଁ ଘରେ ଚାଲିଥିଲା ପ୍ରସ୍ତୁତି। ରାତି ପାହିଲେ ଶୁଦ୍ଧି ହୋଇଥାଆନ୍ତେ ପରିବାର ଲୋକେ। ହେଲେ ଅଚାନକ ଖବର ଆସିଲା ପୁଅ ବଞ୍ଚିଛି। ସରପଞ୍ଚଙ୍କଠାରୁ ଖବର ପାଇ ବିଶ୍ୱାସ କରିପାରିଲେନି ବାପା-ମାଆ। ଚେତା ହରାଇ ତଳେ ପଡ଼ି ଗଲେ! ହୋସ୍‌ ଫେରିଲା ପରେ ହଜିଲା ପୁଅ ବିଷୟରେ ସବୁ ଶୁଣିଲେ। ଆଉ ସ୍ନେହ କାଙ୍ଗାଳି ମାଆ ଜିଦ୍‌ ଧରି ବସିଲେ, ପୁଆ ଘରକୁ ଆସିଲେ ଖାଇବି...। ୧୦ ବର୍ଷ ପରେ ମାଆ କୋଳକୁ ଫେରିଛି ହଜିଲା ପୁଅ।

୧୦ ବର୍ଷ ତଳେ ବିହାରର ଲକ୍ଷିସରାୟ ଜିଲ୍ଲା ମସହୋରା ଗାଁର ବାପା ଦିଲ୍ଲୀପ କୁମାର ପାଣ୍ଡେଙ୍କ ପରିବାର ଗୁଜରାଟର ସୁରତ ବୁଲିବା ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ବଡ଼ ପୁଅ ମିଟୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ମିଟୁଙ୍କ ପତ୍ତା ପାଇନଥିଲେ। ଶେଷରେ ଦିଲ୍ଲୀପ କୁମାର ପାଣ୍ଡେ ଘରକୁ ଫେରି ଆସିଥିଲେ। ଘରର ବଡ଼ ପୁଅ ନିଖୋଜ ହେବାଠାରୁ ପରିବାର ପୂରା ଭାଙ୍ଗି ପଡ଼ିଥିଲା।

ସେପଟେ ଚପଳ ବୟସରେ ବାପା, ମାଆ, ଭାଇ ଓ ଭଉଣୀଙ୍କଠାରୁ ଦୂରେଇ ଯାଇଥିବା ମିଟୁ ପଡ଼ି ଯାଇଥିଲା ନିଶା ମାଫିଆଙ୍କ କବ୍‌ଜାରେ। ଆଉ ସେ ହରାଇ ବସିଥିଲେ ନିଜର ମାନସିକ ସନ୍ତୋଳନ। ବୟସ ବଢ଼ିବା ସହିତ ସେ ପାଲଟି ଯାଇଥିଲେ ଜଣେ ନିଶାଡି ମାନସିକ ବିକୃତ ମଣିଷ। ଯାହାକୁ ଦେଖୁଥିଲେ ଚିତ୍କାର କରୁଥିଲେ। ଗଞ୍ଜେଇ ଟଣାଯାଉଥିବା ସ୍ଥାନକୁ ଯାଉଥିଲେ। ଗଞ୍ଜେଇ ଟାଣିବା ପାଇଁ ଗଞ୍ଜୁଡିଆଙ୍କୁ ନିବେଦନ କରୁଥିଲେ। ଆଉ ଗଞ୍ଜେଇ ଟାଣିବା ପରେ ନିଶାରେ ବହେ ବକ୍‌ବକ୍‌ ହେଉଥିଲା। ପରେ ସେହିଠାରେ ଶୋଇ ପଡୁଥିଲା।

ମହାମାରୀ କରୋନାର ଦ୍ୱିତୀୟ ଲହର ଅର୍ଥାତ ୨୦୨୧ ମସିହାରେ ମିଟୁଙ୍କୁ ଦେଖିବାକୁ ମିଳିଥିଲା ବୌଦ୍ଧରେ। ସେଠାରେ ସେ ଭିକ ମାଗୁଥିଲେ। ଯିଏ ଯାହା ଦେଉଥିଲା, ତାକୁ ଖାଇ ଚଳୁଥିଲେ। କିନ୍ତୁ ଗଞ୍ଜେଇ ଟାଣିବା ପାଇଁ ବେଶୀ ଆଗ୍ରହ ଦେଖାଉଥିଲେ। ଏହା ଦେଖି ଉତ୍ସର୍ଗ ଟ୍ରଷ୍ଟର ସଂପଦ କୁମାର ଅଗ୍ରୱାଲ ଓ ସଦସ୍ୟ ଲୋକନାଥ ଗୁପ୍ତା ତାଙ୍କୁ ଚାହା ପିଇବାକୁ ଦେଇ କଥା ହୋଇଥିଲେ।

ମିଟୁ ପ୍ରଥମେ କଥା ବେଶୀ ହେଉନଥିଲେ। ଚାହାକୁ ଫିଙ୍ଗି ଦେଇ ପଳାଇ ଯାଉଥିଲେ। ପରେ ମିଟୁକୁ ଗଞ୍ଜେଇ ପିଇବାକୁ ଦେଇ ତାଙ୍କଠାରୁ ଘରର ଠିକଣା ପଚାରି ଥିଲେ। ଗଞ୍ଜେଇ ନିଶାରେ ସେ ଘରର ପରିଚୟ ଦେଇଥିଲେ। ସେହି ତଥ୍ୟକୁ ଆଧାର କରି ସମ୍ପଦ କୁମାର ଅଗ୍ରୱାଲ ଓ ଲୋକନାଥ ଗୁପ୍ତା ବିହାରର ସମହୋରା ପଞ୍ଚାୟତର ସପରଞ୍ଚଙ୍କ ସହିତ ଯୋଗାଯୋଗ କରିଥିଲେ।

ଅନ୍ୟପକ୍ଷରେ ମିଟୁ ନିଖୋଜ ହେବାର ୧୦ ବର୍ଷ ପୂରୁଥିବାରୁ ଶୁଦ୍ଧିକ୍ରିୟା କରିବା ପାଇଁ ଘରେ ପ୍ରକ୍ରିୟା ଚାଲିଥିଲା। ଘର ଶୁଦ୍ଧି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲିଥିଲା। ଦିନକ ପରେ ପରିବାର ଲୋକେ ହୋଇଥାଆନ୍ତେ ଶୁଦ୍ଧି। ହଠାତ ଦିଲ୍ଲୀପଙ୍କ ଘରେ ପହଞ୍ଚିଲେ ସରପଞ୍ଚ। ଆଉ କହିଲେ, ତୁମ ପୁଅ ମିଟୁ ବଞ୍ଚିଛି!!! ଏକଥା ଶୁଣିବା ପରେ ଦିଲ୍ଲୀପ ଓ ତାଙ୍କ ପତ୍ନୀ ହତବାକ ହୋଇଯାଇଥିଲେ। ପ୍ରଥମେ ବିଶ୍ୱାସ କରିପାରିନଥିଲେ। ତା’ପରେ ପତି-ପତ୍ନୀ ଚେତାହରାଇ ତଳେ ପଡ଼ି ଯାଇଥିଲେ। ହୋସ୍‌ ଫେରିବା ପରେ ଗାଁର ସରପଞ୍ଚ ସବୁ କଥା ବଖାଣିଥିଲେ।

ସରପଞ୍ଚବାବୁଙ୍କଠାରୁ ସବୁ କଥା ଶୁଣିବା ପରେ ଗୁରୁବାର ଦିନ ମିଟୁଙ୍କ ବାପା ଦିଲ୍ଲୀପ କୁମାର ପାଣ୍ଡେ, ଭେଣୋଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଦେଖି ମିଟୁ କୁଆଡ଼େ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଏକ ନାଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲେ। ମିଟୁକୁ ଦେଖି ବାପା ଦିଲ୍ଲୀପ କାନ୍ଦି ପକାଇଥିଲେ। ହେଲେ ମିଟୁ ତାଙ୍କ ବାପାଙ୍କୁ ଚିହ୍ନି ପାରିନଥିଲେ।

ମିଟୁ ଆଗରେ ତା’ର ପିଲା ଦିନର କଥା ମନେ ପକାଇଥିଲେ ବାପା ଦିଲ୍ଲୀପ। ବାପାଙ୍କଠାରୁ ସବୁ କଥା ଶୁଣିଥିଲେ ମିଟୁ। ତା’ପରେ ତାଙ୍କ ମୁଣ୍ଡର ନୁଖୁରା ବାଳ ଓ ଦାଢ଼ିକୁ କାଟା ଯାଇ ନୂଆ ଡ୍ରେସ୍‌ ପିନ୍ଧା ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍‌ ଚାଲିଛି। ହେଲେ ତାଙ୍କୁ ଘରକୁ ନେବେ କେମିତି? ସେହି ଚିନ୍ତାରେ ପଡ଼ିଗଲେ ପୂରା ପରିବାର। ଏହା ପରେ ଉତ୍ସର୍ଗ ଟ୍ରଷ୍ଟର କର୍ମକର୍ତ୍ତାମାନେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଭେଟି ସବୁ କଥା କହିଥିଲେ। ଜିଲ୍ଲାପାଳ ରେଡ୍‌କ୍ରସ୍‌ ପାଣ୍ଠିରୁ ଗୋଟିଏ ଗାଡ଼ି ଠିକ୍‌ କରିଦେଇଥିଲେ। ସେହି ଗାଡ଼ିରେ ସମସ୍ତେ ଘରକୁ ଗଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story