୩୮ ବର୍ଷ ପରେ ଆସିଲା ରାୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍‌ ଯିବେ ପୂର୍ବତନ ଯନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୩୮ ବର୍ଷ ପରେ ଆଜି ଆସିଛି ଏକ ଭିଜିଲାନ୍ସ ମାମଲାର ରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି CADA (କମାଣ୍ଡ ଏରିଆ ଡେଭେଲପମେଣ୍ଟ ଏଜେନ୍ସୀ)-୧ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ସାହୁ। ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟରେ ତାଙ୍କୁ […]

Vigilance

Jitendra Garnayak
  • Published: Wednesday, 27 April 2022
  • , Updated: 27 April 2022, 09:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୩୮ ବର୍ଷ ପରେ ଆଜି ଆସିଛି ଏକ ଭିଜିଲାନ୍ସ ମାମଲାର ରାୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି CADA (କମାଣ୍ଡ ଏରିଆ ଡେଭେଲପମେଣ୍ଟ ଏଜେନ୍ସୀ)-୧ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ସାହୁ।

ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟରେ ତାଙ୍କୁ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ସାହୁ ଘରେ ୧୯୮୪ ମସିହାରେ ଚଢ଼ାଉ ହୋଇଥିଲା। ସେତେବେଳେ ତାଙ୍କ ଠାରୁ ୪ ଲକ୍ଷ ୬ ହଜାର ୨୨୦ ଟଙ୍କାର ଆୟ ବହିର୍ଭୂତ ସମ୍ମତ୍ତି ଠାବ କରାଯାଇଥିଲା ବୋଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ (ଭିଜିଲାନ୍ସ ଡାଇରେକ୍ଟୋରେଟ୍‌) ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ଏହି ମାମଲାର ତଦନ୍ତ ଭିଜିଲାନ୍ସର କଟକ ଡିଭିଜନର ପୂର୍ବତନ ଡିଏସ୍‌ପି ବି. ବି ମହାପାତ୍ର କରିଥିଲେ।

Related story