- Videos
- Odisha
- ୮ ମାସ ପରେ ମିଳିଲା ହଜିଲା ପୁଅ, ସୋସିଆଲ ମିଡିଆ ହେଲା ସାହା
୮ ମାସ ପରେ ମିଳିଲା ହଜିଲା ପୁଅ, ସୋସିଆଲ ମିଡିଆ ହେଲା ସାହା
- Published: Thursday, 05 April 2018
- , Updated: 05 April 2018, 06:34 PM IST
<p>ସାଲେପୁର (ଓଡ଼ିଶା ରିପୋର୍ଟର): ପୁଅ ହଜିବାର୍ ୮ ମାସ ପରେ ମିଳିଛି ପତ୍ତା। ପୁଅର ଭିଡିଓ ଭାଇରାଲ ହେବା ପରେ ଠିକଣା ପାଇଛନ୍ତି ପରିବାର ଲୋକେ। ଏବେ ଏହି ଭିଡିଓ ଘୁରି ବୁଲୁଛି ସୋସିଆଲ ମିଡିଆରେ। ଏହା ହେଉଛି କଟକ ସାଲେପୁର ଅଞ୍ଚଳର ଘଟଣା।</p>
<p>ସାଲେପୁର ଶିଶୁଆ ବାହାରପଡାର ପ୍ରଶାନ୍ତ ସାହୁ ନିଜ ବୃଦ୍ଧ ମାଆବାପାଙ୍କ ସହ ଜଗତସିଂହପୁର ଝଙ୍କଡ ଶାରଳାଙ୍କ ଦର୍ଶନରେ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ପ୍ରଶାନ୍ତ ମାନସିକ ଅନଗ୍ରସର। ବହୁ ଖୋଜାଖୋଜି ପରେ ମଧ୍ୟ ପ୍ରଶାନ୍ତଙ୍କ କୌଣସି ସନ୍ଧାନ ମିଳି ନଥିଲା।</p>
<p>ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ପ୍ରଶାନ୍ତଙ୍କ ଏକ ଭିଡିଓ ଘୁରି ବୁଲୁଛି। ଭିଡିଓରେ ନିଜର ପରିଚୟ ଦେଇ ଖାଇବାକୁ ମିଳୁ ନଥିବା ପ୍ରଶାନ୍ତ କହୁଛନ୍ତି। ଏଥିସହିତ ସେ ଘରୁକୁ ଫେରିବାକୁ ଚାହୁଁଛି ବୋଲି ଭିଡିଓରେ କହୁଛି।</p>
<p>ଭିଡିଓକୁ ଦେଖି ନିଜ ପୁଅକୁ ଚିହ୍ନି ପାରିଛନ୍ତି ତାଙ୍କ ବାପାମାଆ। ଏନେଇ ସାଲେପୁର ବିଡିଓଙ୍କୁ ଯୋଗାଯୋଗ କରାଯିବା ପରେ ସେ କହିଛନ୍ତି, “ପ୍ରଶାନ୍ତଙ୍କୁ ଫେରାଇ ଆଣିବା ପାଇଁ ଚେଷ୍ଟା ଚାଲିଛି।”</p>