୯ ମାସ ପରେ ମଇଦାନକୁ ଓହ୍ଲାଇବେ ନବୀନ, ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ଯୋଗୁ ଗତ ୯ମାସ ଧରି ସମସ୍ତଙ୍କଠୁ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୪ତାରିଖ ଦିନ ପ୍ରଥମଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜକୁ ସଙ୍ଗରୋଧରେ ରଖିଥିବା ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରୁଥିବାବେଳେ ୧୪ତାରିଖରେ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ସେଠାରେ ପୌର ନିର୍ବାଚନ ପାଇଁ ଶଙ୍ଖଦାନ କରିବେ। ନବୀନଙ୍କୁ ସ୍ୱାଗତ […]

naveen-patnaik

naveen-patnaik

Manoranjan Sial
  • Published: Friday, 08 January 2021
  • Updated: 08 January 2021, 08:17 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ଯୋଗୁ ଗତ ୯ମାସ ଧରି ସମସ୍ତଙ୍କଠୁ ଦୂରେଇ ରହିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୪ତାରିଖ ଦିନ ପ୍ରଥମଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନିଜକୁ ସଙ୍ଗରୋଧରେ ରଖିଥିବା ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରୁଥିବାବେଳେ ୧୪ତାରିଖରେ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ସେଠାରେ ପୌର ନିର୍ବାଚନ ପାଇଁ ଶଙ୍ଖଦାନ କରିବେ। ନବୀନଙ୍କୁ ସ୍ୱାଗତ ପାଇଁ ଉଭୟ ଦଳ ଓ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଭବାନୀପାଟଣାଠାରେ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିବେ। ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କଳାହାଣ୍ଡି ଜିଲ୍ଲାର କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକକୁ ଜଳସେଚନ ସୁବିଧା ମିଳିବ ଓ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘବର୍ଷର ଦାବି ପୂରଣ ହେବ। ସେହିପରି ବାନେରରେ ନୂଆ ଗ୍ରୀଡ୍ ସବଷ୍ଟେସନ ମଧ୍ୟ ଲୋକାର୍ପିତ ହେବ। ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାବାସୀଙ୍କୁ ପ୍ରଥମଥର ପାଇଁ ଇନ୍ଦ୍ରାବତୀରୁ ସିଧାସଳଖ ବିଦ୍ୟୁତ ମିଳିବ ଓ ଜିଲ୍ଲାବାସୀ ୨୪ଘଣ୍ଟିଆ ଅନବରତ ବିଜୁଳି ସୁବିଧା ପାଇପାରିବେ। ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାରେ ଦଳୀୟସ୍ତରରେ ବ୍ଲକ ଓ ପଂଚାୟତସ୍ତରରେ ଜୋରଦାର ଢଙ୍ଗରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ୯ମାସ ପରେ ଶ୍ରୀ ପଟ୍ଟନାୟକ ପ୍ରଥମଥର ପାଇଁ ଜିଲ୍ଲା ଗସ୍ତରେ ଯାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ୯ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଉପସ୍ଥିତିକୁ ଦଳ ନିଜସ୍ୱ ଢଙ୍ଗରେ ବ୍ୟାପକ ପ୍ରଚାରପ୍ରସାର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ନବୀନ ନିବାସ ମଧ୍ୟରୁ ମୁଖ୍ୟମନ୍ତ୍ରୀ ବାହାରୁ ନାହାନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ଦଳ ଏଭଳି ବ୍ୟାପକ କାର୍ଯ୍ୟକ୍ରମ କରିଥିବା ଜଣାପଡ଼ିଛି।

ବିଜେଡିର ପଶ୍ଚିମ ଓଡ଼ିଶାର ନେତାମାନଙ୍କ ସହ ପ୍ରାୟ ୬୦ଜଣ ଦଳୀୟ ବିଧାୟକ ଓ ଅଧିକାଂଶ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନେତାମାନଙ୍କୁ ଜାନୁୟାରୀ ୧୨ତାରିଖ ସୁଦ୍ଧା ଭବାନୀପାଟଣାରେ ପହଂଚିବାକୁ କୁହାଯାଇଛି। ସମସ୍ତ ନେତାଙ୍କୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବ୍ଲକ୍ ଦାୟିତ୍ୱ ନ୍ୟସ୍ତ କରାଯିବ। ପଂଚାୟତ ଓ ବ୍ଲକକୁ ଯାଇ ଏହି ନେତାମାନେ ସେଠାରେ ସ୍ଥାନୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ କାର୍ଯ୍ୟକ୍ରମକୁ ବଡ଼ ବଡ଼ ଏଲସିଡି ମାଧ୍ୟମରେ ଦେଖିବା ସହ ଉତ୍ସବ ପାଳନ କରିବେ ବୋଲି ସୂଚନା ମିଳିଛି। ଦଳ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ମଧ୍ୟ ଶଙ୍ଖନାଦ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଓ ପୌର ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟାକୁ ଜୋରଦାର କରାଇବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ସଂକ୍ରମଣ ହେବା ପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। କାଁ ଭାଁ ଗୋଟିଏ-ଦୁଇଟି କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ପ୍ରାୟତଃ ସବୁ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହୁଥିଲେ। ଏପରିକି ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଦୁଇଟି ଉପନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭର୍ଚୁଆଲ ମୋଡରେ ପ୍ରଚାର କରିଥିଲେ। ବିଧାନସଭା ଅଧିବେଶନରେ ମଧ୍ୟ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos