ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍‌ ପରେ ବୋଟ୍‌ ଯୋଗାଇଲା ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନଥିଲା। ତେଣୁ ଦୁଇ ଅଙ୍ଗନବାଡି କର୍ମୀ ଲୋକଙ୍କ ଅଣ୍ଟାରେ ଲାଉ ତୁମ୍ୱା ବାନ୍ଧି ଭରା ନଦୀ ପାର୍‌ କରାଇଥିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଏଭଳି ଚିତ୍ର ଦେଖିବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରି ବୋଟ୍‌ ଯୋଗାଇଦେବେ ବୋଲି କହିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନର ଚେତା ଫେରିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନେରୁଡ଼ିପାଲି ନଦୀ ଘାଟକୁ ଏକ ବୋଟ୍‌ ଯୋଗାଇ ଦିଆଯାଇଛି। ଏହା ପରେ ସ୍ଥାନୀୟ ଲୋକଙ୍କ […]

anand-mahindra

Manoranjan Sial
  • Published: Saturday, 24 October 2020
  • , Updated: 25 October 2020, 08:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନଥିଲା। ତେଣୁ ଦୁଇ ଅଙ୍ଗନବାଡି କର୍ମୀ ଲୋକଙ୍କ ଅଣ୍ଟାରେ ଲାଉ ତୁମ୍ୱା ବାନ୍ଧି ଭରା ନଦୀ ପାର୍‌ କରାଇଥିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଏଭଳି ଚିତ୍ର ଦେଖିବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରି ବୋଟ୍‌ ଯୋଗାଇଦେବେ ବୋଲି କହିଥିଲେ। ଏହା ପରେ ଜିଲ୍ଲା ପ୍ରଶାସନର ଚେତା ଫେରିଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନେରୁଡ଼ିପାଲି ନଦୀ ଘାଟକୁ ଏକ ବୋଟ୍‌ ଯୋଗାଇ ଦିଆଯାଇଛି। ଏହା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ଚିତ୍ରକୋଣ୍ଡାର ରାଳେଗାଡ଼ାର ନେରୁଡ଼ିପାଲି ନଦୀରେ ଦୁଇ ଅଙ୍ଗନବାଡ଼ି କର୍ମୀ ହେମଲତା ସିସା ଓ ପ୍ରମିଳା ପେନେଲ ଲାଉ ତୁମ୍ବା ବାନ୍ଧି ଭରା ନଦୀ ପାର ହେଉଥିଲେ। ଏନେଇ ଓଡ଼ିଶାରିପୋର୍ଟର ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରିକି ଦୁଇ ମହିଳାଙ୍କ ନଦୀର ପାର୍‌ ହେବାର ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା।

ଏହି ଦୃଶ୍ୟ ଦେଖି ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍‌ କରି ସହାୟତା କରିବାକୁ ହାତ ବଢ଼ାଇଥିଲେ। କମ୍ପାନୀର CSR ଫଣ୍ଡରୁ ଏକ ବୋଟ୍‌ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ।  ଏହି ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନେରୁଡ଼ିପାଲି ନଦୀ ଘାଟକୁ ଏକ ବୋଟ୍‌ ଯୋଗାଇ ଦିଆଯାଇଛି।

 

Related story