ନିଖୋଜର ୯ ଦିନ ପରେ ଯୁବକଙ୍କ ମୃତ ଦେହ ଉଦ୍ଧାର, କଂଗ୍ରେସ ରାଲିକୁ ଯାଇ ଫେରି ନଥିଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୌଡ଼ସାହି ଗାଁର ନିଖୋଜ ଥିବା ଅଭିଜିତ ମଣ୍ଡଳଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରେ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରିନଥିଲେ ଅଭିଜିତ୍। ଏନେଇ ପରିବାର ଲୋକେ ୧୦ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ତେବେ ନିଖୋଜର ୯ଦିନ ପରେ କୁସୁମପାଣି ଜଙ୍ଗଲରୁ ଆଜି ଅଭିଜିଙ୍କ ମୃତଦେହ ମିଳିଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ […]

tiop

tiop

Tapas Behera
  • Published: Wednesday, 17 April 2019
  • Updated: 17 April 2019, 05:45 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୌଡ଼ସାହି ଗାଁର ନିଖୋଜ ଥିବା ଅଭିଜିତ ମଣ୍ଡଳଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରେ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରିନଥିଲେ ଅଭିଜିତ୍। ଏନେଇ ପରିବାର ଲୋକେ ୧୦ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ତେବେ ନିଖୋଜର ୯ଦିନ ପରେ କୁସୁମପାଣି ଜଙ୍ଗଲରୁ ଆଜି ଅଭିଜିଙ୍କ ମୃତଦେହ ମିଳିଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ବେଳେ ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲି ହୋଇଥିଲା। ଏଥିରେ ଅତୁଲ ମଣ୍ଡଳଙ୍କ ପୁଅ ଅଭିଜିତ ମଣ୍ଡଳ ଯୋଗ ଦେବା ପାଇଁ ଆସିଥିଲେ। ଅଭିଜିତ ନିଜ ବାଇକ୍ ନେଇ କଂଗ୍ରେସ ରାଲିରେ ଯିବି ବୋଲି ଘରେ ମା’କୁ କହି ଝରିଗାଁ ଆସିଥିଲେ । କିନ୍ତୁ ରାଲି ସରିଲା ପରେ ମଧ୍ୟ ଘରକୁ ଫେରି ନଥିଲେ ଅଭିଜିତ ।

ଗାଁର ଆଖପାଖରେ ପରିବାରଲୋକ ରାତିସାରା ଖୋଜାଖୋଜି କରିଥିଲେ ବି ପାଇନଥିଲେ। ଏନେଇ ଅଭିଜିତର ବାପା ଅତୁଲ ମଣ୍ଡଳ ୧୦ ତାରିଖ ସକାଳେ ଝରିଗାଁ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ କହିଥିଲେ ଖୋଜାଖୋଜି ଚାଲିଛି । ତେବେ ଆଜି କୁସୁମପାଣି ଜଙ୍ଗଲରେ ପ୍ରଥମେ ତାଙ୍କ ବାଇକ୍‌ ଓ ପରେ ମୃତଦେହ  ଉଦ୍ଧାର କରିଛି ଝରିଗାଁ ପୁଲିସ । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ପୁଲିସ ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos