ଆମ ଭଲ ପାଇବାକୁ ସ୍ୱୀକୃତି ଦିଅ, ନହେଲେ ବିଷ ପିଇଦେବି...!

ସୋର (ନିରଞ୍ଜନ ବେହେରା): ଆମ ଭଲ ପାଇବାକୁ ସ୍ୱୀକୃତି ଦିଅ, ନହେଲେ ବିଷ ପିଇଦେବି…। ପରିବାର ଲୋକଙ୍କୁ ଏପରି ଧମକ ଦେଉ ଦେଉ ପ୍ରେମିକ ଦେଇଥିବା ବିଷକୁ ପିଇଦେଥିଲେ ପ୍ରେମିକା! ହେଲେ ଆଉ ଜୀବନ ଫେରି ପାଇଲେ ନାହିଁ। ଚିର ନିଦ୍ରାରେ ସବୁଦିନ ପାଇଁ ଶୋଇଗଲେ। ଆଉ ପ୍ରେମିକଙ୍କୁ ବାନ୍ଧି ଦେଇଗଲେ ଅପବାଦର ଶିକୁଳିରେ। ଏଭଳି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଔପଦା ଥାନା ଅଞ୍ଚଳର ଐଶ୍ୱର୍ଯ୍ୟା (ଛଦ୍ମନାମ) ଯୁକ୍ତ ଦୁଇ ଦ୍ୱିତୀୟ […]

girl

girl

Manoranjan Sial
  • Published: Friday, 09 September 2022
  • Updated: 09 September 2022, 10:26 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ଆମ ଭଲ ପାଇବାକୁ ସ୍ୱୀକୃତି ଦିଅ, ନହେଲେ ବିଷ ପିଇଦେବି...। ପରିବାର ଲୋକଙ୍କୁ ଏପରି ଧମକ ଦେଉ ଦେଉ ପ୍ରେମିକ ଦେଇଥିବା ବିଷକୁ ପିଇଦେଥିଲେ ପ୍ରେମିକା! ହେଲେ ଆଉ ଜୀବନ ଫେରି ପାଇଲେ ନାହିଁ। ଚିର ନିଦ୍ରାରେ ସବୁଦିନ ପାଇଁ ଶୋଇଗଲେ। ଆଉ ପ୍ରେମିକଙ୍କୁ ବାନ୍ଧି ଦେଇଗଲେ ଅପବାଦର ଶିକୁଳିରେ। ଏଭଳି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି।

ଔପଦା ଥାନା ଅଞ୍ଚଳର ଐଶ୍ୱର୍ଯ୍ୟା (ଛଦ୍ମନାମ) ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ। ସେ ତାଙ୍କ ଘରର ପଡ଼ୋଶୀ ଆକାଶଙ୍କୁ ଭଲ ପାଉଥିଲେ। ଆକାଶ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ମନ ଦେଇବସି ଥିଲେ। ଏକଥା ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକ ଜାଣିବା ପରେ ଆକାଶଙ୍କୁ ବାରଣ କରିଥିଲେ। ଐଶ୍ୱର୍ଯ୍ୟାଙ୍କ ସହିତ କଥାବାର୍ତ୍ତା ନହେବା ପାଇଁ ତାଗିଦ କରିଥିଲେ। ହେଲେ ଏଥିପ୍ରତି ଆକାଶ ଖାତିର କରିନଥିଲେ। ବାରଣ ସତ୍ତ୍ୱେ ଐଶ୍ୱର୍ଯ୍ୟାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଏହା ପରେ ଆକାଶଙ୍କ ପରିବାର ଲୋକଙ୍କୁ ତାଗିଦ କରିଥିଲେ ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକେ।

ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକଙ୍କ ଏପରି ଆଚରଣରେ କ୍ଷୁବ୍ଧ ହୋଇଥିଲେ ଆକାଶ। ପୂର୍ବପରି ଐଶ୍ୱର୍ଯ୍ୟାଙ୍କ ସହିତ ଆଉ ବେଶୀ କଥାବାର୍ତ୍ତା କରୁନଥିଲେ। ଐଶ୍ୱର୍ଯ୍ୟାଙ୍କୁ ଦେଖିଲେ ଅଣଦେଖା କରୁଥିଲେ। ହେଲେ ଦୁଇ ବର୍ଷ ଭଲ ପାଇବାକୁ ସହଜରେ ଭୁଲି ପାରୁନଥିଲେ ଐଶ୍ୱର୍ଯ୍ୟା। ସୟନେ ସପନେ ସବୁବେଳେ ତାଙ୍କର ଆକାଶଙ୍କ କଥା ମନେ ପଡ଼ୁଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ଐଶ୍ୱର୍ଯ୍ୟା। ସେମାନଙ୍କ ଭଲ ପାଇବା ବିବାହର ରୂପ ନେବ କି ନାହିଁ, ସେ ଚିନ୍ତା ତାଙ୍କୁ ଘାରୁ ଥିଲା।

ଅଭିଯୋଗ ଅନୁସାରେ ଐଶ୍ୱର୍ଯ୍ୟାଙ୍କୁ ଡକାଇଥିଲେ ଆକାଶ। ପ୍ରେମିକଙ୍କଠାରୁ ଡାକରା ପାଇ ଧାଇଁ ଯାଇଥିଲେ ଐଶ୍ୱର୍ଯ୍ୟା। ଉଭୟ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲେ। ପରିବାର ଲୋକେ ବିରୋଧ କରୁଥିବା ଆକାଶଙ୍କୁ ଐଶ୍ୱର୍ଯ୍ୟା କହିଥିଲେ। ଏକଥା ଶୁଣିବା ପରେ ଐଶ୍ୱର୍ଯ୍ୟାଙ୍କୁ ଆକାଶ ଗୋଟିଏ ଘାସ ମରା ବିଷ ବୋତଲ ଦେଇଥିବା ଅଭିଯୋଗ ହୋଇଛି। ସେହି ବିଷ ଦେଖା ପରିବାର ଲୋକଙ୍କୁ ଧମକ ଦେବାକୁ ଆକାଶ କହିଥିଲେ। ଆକାଶଙ୍କ ସବୁ କଥା ଶୁଣି ଐଶ୍ୱର୍ଯ୍ୟା ଘରକୁ ଫେରିଥିଲେ।

ଯୋଜନା ମୁତାବକ ଗତ ୨ ତାରିଖରେ ଐଶ୍ୱର୍ଯ୍ୟା ହାତରେ ବିଷ ବୋତଲ ଧରି ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଆମ ପ୍ରେମକୁ ଗ୍ରହଣ କର, ନହେଲେ ବିଷ ପିଇଦେବି ବୋଲି କହିଥିଲେ! ପରିବାର ଲୋକେ ତାଙ୍କ ହାତରୁ ବିଷ ବୋତଲ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରେମରେ ପାଗଳ ଐଶ୍ୱର୍ଯ୍ୟା କିଛି ବି ଶୁଣି ନଥିଲେ। ଧମକ ଦେଉ ଦେଉ ସେ ସତରେ ବିଷ ପିଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲ ଓ ଶେଷରେ କଟକର ଗୋଟିଏ ପ୍ରାଇଭେଟ୍‌ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥା ଗୁରୁବାର ଭୋରରୁ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁ ଘଟିଥିଲା।

ଆଜି ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକ ଔପଦା ଥାନାରେ ଆକାଶ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ  ଲିଖିତ ଅଭିଯୋଗ କରିଛନ୍ତି। ଆଉ ଝିଅର ପ୍ରେମିକ ଆକାଶଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଐଶ୍ୱର୍ଯ୍ୟା ପିଇଥିବା ବିଷ ଆକାଶ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଐଶ୍ୱର୍ଯ୍ୟା ମୃତ୍ୟୁ ପୂର୍ବରୁ ଏନେଇ ତାଙ୍କ ବାପାଙ୍କୁ କହିଥିବା ଏତଲାରେ କୁହାଯାଇଛି।

ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଆକାଶ ଓ ତାଙ୍କ ପରିବାର ଲୋକେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ଘରେ ବର୍ତ୍ତମାନ ତାଲା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos