ଗଞ୍ଜାମ ପରେ ଆଉ ୫ ଜିଲ୍ଲା ଦାୟିତ୍ୱରେ ୧୫ ବରିଷ୍ଠ ଓଏଏସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ଆଉ ୫ଟି ଜିଲ୍ଲାରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ୧୫ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ମୁତୟନ କରିଛନ୍ତି। ଯୁଗ୍ମ ସଚିବ ଓ ଉପସଚିବ ପାହ୍ୟାର ଏହି ଅଫିସରଙ୍କୁ ତୁରନ୍ତ ନିଜ କାର୍ଯ୍ୟରୁ ରିଲିଭ୍‌ ହୋଇ ଆବଣ୍ଟିତ ଜିଲ୍ଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି […]

corona-in

Manoranjan Sial
  • Published: Tuesday, 12 May 2020
  • , Updated: 12 May 2020, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ଆଉ ୫ଟି ଜିଲ୍ଲାରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ୧୫ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ମୁତୟନ କରିଛନ୍ତି। ଯୁଗ୍ମ ସଚିବ ଓ ଉପସଚିବ ପାହ୍ୟାର ଏହି ଅଫିସରଙ୍କୁ ତୁରନ୍ତ ନିଜ କାର୍ଯ୍ୟରୁ ରିଲିଭ୍‌ ହୋଇ ଆବଣ୍ଟିତ ଜିଲ୍ଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ଭଦ୍ରକ ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ୱରେ ୧୫ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମୁତୟନ କରାଯାଇଛି। ଏହି ଅଫିସରମାନେ କଟକ ଓ ଭୁବନେଶ୍ୱରରେ ରାଜ୍ୟ ପ୍ରଶାସନର ପ୍ରମୁଖ ପଦପଦବୀରେ କାର୍ଯ୍ୟରତ ଥିଲେ। ଭଦ୍ରକ ଜିଲ୍ଲା ଦାୟିତ୍ୱରେ  ନିଗମାନନ୍ଦ ପଣ୍ଡା ଓ ଅଶୋକ କୁମାର ବେହୁରିଆ,  ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ସୁରେନ୍ଦ୍ର କୁମାର ପଣ୍ଡା, ବିକାଶ ଚନ୍ଦ୍ର ବାଇନ ଓ ଅଶ୍ୱିନୀ କୁମାର ମେହେରଙ୍କୁ ମୁତୟନ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ମନୋରଞ୍ଜନ ମଲ୍ଲିକ, ସନ୍ତୋଷ କୁମାର ଦାଶ, ଦୀପକ ରାଉତରାଏ ଓ ଶୈଳେନ୍ଦ୍ର କୁମାର ଜେନାଙ୍କୁ , ଯାଜପୁର ଜିଲ୍ଲାରେ ଦିଲ୍ଲୀପ କୁମାର ସାହୁ, ବୀରେନ୍ଦ୍ର କୋରକୋରା, ନୃପରାଜ ସାହୁ ଓ ଲଲାଟେନ୍ଦୁ ସାହୁଙ୍କୁ  ଦାୟିତ୍ୱ ନ୍ୟସ୍ତ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲା ପାଇଁ ଲକ୍ଷ୍ମଣ ମଲ୍ଲିକ ଓ ସୁଚାରୂ କୁମାର ବଳଙ୍କୁ ମୁତୟନ କରାଯାଇଛି। ଏହି ଅଫିସରମାନେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରିବେ ଓ ସିଧାସଳଖ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ମୁତୟନ କରିଥିଲେ। ଏହି ଅଫିସରମାନେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ କୋଭିଡ-୧୯ ପରିଚାଳନା କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ (ଆଇଏଏସ୍ ଅଫିସର)ଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଭାବେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

Related story