ତଣ୍ଟିରେ ଲାଗିଲା ‘କାଳିଆ’ କଣ୍ଟା! ଆରମ୍ଭ ହେଲା ଯୋଗ୍ୟ-ଅଯୋଗ୍ୟ ଘଣ୍ଟାଚକଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ବାହାନାରେ ଠିକ୍‌ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ‘କାଳିଆ’ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଆଖି ବନ୍ଦ କରି ଅଧିକରୁ ଅଧିକ ‘ଚାଷୀ’ଙ୍କ ଖାତାକୁ ଟଙ୍କା ପଠାଇ ଚାଲିଲେ। କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ, ସେଥିପ୍ରତି କାହାର ନଜର ନଥିଲା। ମୁଖ୍ୟ କଥା ଥିଲା ଟଙ୍କା ବାଣ୍ଟିବା ଓ ଭୋଟ ହାତେଇବା। କିନ୍ତୁ ନିର୍ବାଚନ ସରିବାର ୩ ମାସ ପରେ ଏବେ ସରକାରଙ୍କର […]

kalia

kalia

Manoranjan Sial
  • Published: Tuesday, 06 August 2019
  • Updated: 07 August 2019, 08:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିବା ବାହାନାରେ ଠିକ୍‌ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ‘କାଳିଆ’ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଆଖି ବନ୍ଦ କରି ଅଧିକରୁ ଅଧିକ 'ଚାଷୀ'ଙ୍କ ଖାତାକୁ ଟଙ୍କା ପଠାଇ ଚାଲିଲେ। କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ, ସେଥିପ୍ରତି କାହାର ନଜର ନଥିଲା। ମୁଖ୍ୟ କଥା ଥିଲା ଟଙ୍କା ବାଣ୍ଟିବା ଓ ଭୋଟ ହାତେଇବା। କିନ୍ତୁ ନିର୍ବାଚନ ସରିବାର ୩ ମାସ ପରେ ଏବେ ସରକାରଙ୍କର ଚେତା ପଶିଛି। ପ୍ରକୃତ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ କରିଛନ୍ତି ଘଣ୍ଟାଚକଟା।

‘କାଳିଆ’ର ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ କିଏ, ତା'ର ଯାଞ୍ଚ କରିବା ପାଇଁ ଆଜି ସରକାର ବିଜ୍ଞାପନ ପ୍ରକାଶ କରିଛନ୍ତି। ଆଜିଠୁ ୧୪ ଯାଏ ଯାଞ୍ଚ ପ୍ରକ୍ରିୟା ଚାଲିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି। ଏହାଛଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ ଦେବା ପାଇଁ ଆବେଦନ କରିବାକୁ ଅପିଲ୍ କରାଯାଇଛି। ଏଥିରେ ଏକ ବ୍ୟାଙ୍କ ଆକାଉଣ୍ଟର ନମ୍ବର ମଧ୍ୟ ଦିଆଯାଇଛି। ଅଯୋଗ୍ୟ ହିତାଧିକାରୀ ଏହି ଆକାଉଣ୍ଟରେ ସହାୟତା ଟଙ୍କା ଫେରସ୍ତ କରିପାରିବେ ବୋଲି କୁହାଯାଇଛି।

ଏହି ବିଜ୍ଞାପନ ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ। କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ 'କାଳିଆ' ଯୋଜନା କରି ଟଙ୍କା ବଣ୍ଟାଯାଇଥିଲା, ଯାହା ଆଉ ଫେରିବା ସମ୍ଭବ ନୁହେଁ ବୋଲି ବିରୋଧୀ କହିଛନ୍ତି। ବିଜେପି ବିଧାୟକ ଜୟନରାୟଣ ମିଶ୍ର କହିଛନ୍ତି-“ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏପରି ଯୋଜନା କରାଯାଇଥିଲା। ପରୋକ୍ଷରେ ଲୋକଙ୍କୁ ଲାଞ୍ଚ ଦିଆଯାଇଥିଲା। ଯାହା ସରକାର ସ୍ୱୀକାର କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଜଣେ ଚାଷୀର ଅବସ୍ଥା ଯାହା ସେଥିରେ ସେ ଟଙ୍କା ଫେରାଇବା ସମ୍ଭବପର ନୁହେଁ। ଏହାକୁ ନେଇ ଗାଁ ଗାଁରେ ଗଣ୍ଡଗୋଳ ସୃଷ୍ଟି ହେବ।” ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଭୋଟ ପାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ଟଙ୍କା ଦେଉଥିଲେ। ସେତେବେଳେ ଯାଞ୍ଚ କରି କାହିଁକି ଟଙ୍କା ଦେଉନଥିଲେ?”

ଅନ୍ୟପକ୍ଷେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସଫେଇ ଦେଇ କହିଛନ୍ତି, “ନିର୍ବାଚନକୁ ଲକ୍ଷ୍ୟ କରି ଟଙ୍କା ଦିଆଯାଇନି।”

ତେବେ ଏବେ ପ୍ରଶ୍ନ ଉଠୁଛି, ‘କାଳିଆ’ ଯୋଜନାରେ ଟଙ୍କା ବାଣ୍ଟିବା ପରେ ଏବେ ପୁଣି ଯାଞ୍ଚ କାହିଁକି ? ସହାୟତା ପ୍ରଦାନ ପୂର୍ବରୁ ଠିକ୍‌ ଭାବେ ଯାଞ୍ଚ କରାଯାଇନଥିଲା କି? ନା ଭୋଟ ହାତେଇବା ପାଇଁ ଯେଉଁ ତାଲିକା ପହଞ୍ଚିଲା ସେହି ଆଧାରରେ ତରବରିଆ ଭାବେ ରାଜକୋଷରୁ ଟଙ୍କା ବାଣ୍ଟିଥିଲେ? ବାସ୍ତବରେ କେତେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି? ସେମାନେ ନିଜ ଆଡୁ ଟଙ୍କା ନଫେରାଇଲେ କିଭଳି ଏହାକୁ ଆଦାୟ କରାଯିବ? ଏସବୁ ବିବାଦ ଭିତରେ ୫୧ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କ ତାଲିକାକୁ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର। କୃଷି ସଚିବ କହିଛନ୍ତି, ସରକାରଙ୍କ ପାଖରେ ଥିବା ତଥ୍ୟ ଅନୁସାରେ ଏଣିକି ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚୟନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos