ମହାରାଷ୍ଟ୍ରରୁ ଫେରି ୧୦୪କୁ ଫୋନ୍‌ କଲେ ଯୁବକ, ମିଳିଲା ଏମିତି ଉତ୍ତର

କେନ୍ଦୁଝର(ପ୍ରଣୟ ପାଣି ): ପ୍ରଥମେ ଅବହେଳା କଲେ। ହେଲେ ବହୁ ଅନୁରୋଧ କରିବା ପରେ ଶେଷରେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଗଲା। ଏମିତି ଏକ ଘଟଣା କେନ୍ଦୁଝରରୁ ଆସିଛି। ଜଣେ ଯୁବକ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ବହୁବାର ଅନୁରୋଧ କରିବା ପରେ ଶେଷରେ ତାଙ୍କ ଗୁହାରୀ ଶୁଣାଯାଇଛି। ଯୁବକ ଜଣକ କହିଛନ୍ତି ମୁଁ ମହାରାଷ୍ଟ୍ରରୁ ସାଇକେଲରେ ଆସିଛି । ମୁଁ କୌଣସି ଜିନିସକୁ ଛୁଇଁନି। ମୁଁ ସିଧା ହସପିଟାଲକୁ ଆସିଛି। ଏହା ପୂର୍ବରୁ ମୁଁ ୧୦୪କୁ […]

Qurentine-1

Tapas Behera
  • Published: Wednesday, 29 April 2020
  • , Updated: 29 April 2020, 04:33 PM IST

କେନ୍ଦୁଝର(ପ୍ରଣୟ ପାଣି ): ପ୍ରଥମେ ଅବହେଳା କଲେ। ହେଲେ ବହୁ ଅନୁରୋଧ କରିବା ପରେ ଶେଷରେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଗଲା। ଏମିତି ଏକ ଘଟଣା କେନ୍ଦୁଝରରୁ ଆସିଛି। ଜଣେ ଯୁବକ ମହାରାଷ୍ଟ୍ରରୁ ଫେରି କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ବହୁବାର ଅନୁରୋଧ କରିବା ପରେ ଶେଷରେ ତାଙ୍କ ଗୁହାରୀ ଶୁଣାଯାଇଛି। ଯୁବକ ଜଣକ କହିଛନ୍ତି ମୁଁ ମହାରାଷ୍ଟ୍ରରୁ ସାଇକେଲରେ ଆସିଛି । ମୁଁ କୌଣସି ଜିନିସକୁ ଛୁଇଁନି। ମୁଁ ସିଧା ହସପିଟାଲକୁ ଆସିଛି। ଏହା ପୂର୍ବରୁ ମୁଁ ୧୦୪କୁ ଡାଏଲ କରିଥିଲି।

ନିବେଦନ କରିଥିଲି କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ । ଉତ୍ତରରେ ସେମାନେ କହିଲେ ଯଦି ତୁମର କୌଣସି ଲକ୍ଷଣ ନାହିଁ ତେବେ ତୁମେ ହୋମ୍‌ ଆଇସୋଲେସନ୍‌ରେ ରହିପାର। ତେବେ ମୁଁ ଏଥିରେ ରାଜି ନଥିଲି । ଯଦି ସେମାନଙ୍କର କିଛି ଦାୟିତ୍ୱ ନାହିଁ ତେବେ ମୁଁ ବିନା  କ୍ୱରେଣ୍ଟାଇନ୍‌ରେ ଏଠାରୁ ଯିବାର ପ୍ରଶ୍ନ ଉଠୁନି ବୋଲି କହିଥିଲେ । ସେ କହିଛନ୍ତି ଯେ, କରୋନାକୁ ନେଇ ମୁଁ ବେଶ ସଚେତନ। ମୁଁ ଜାଣିନାହିଁ ମୋତେ ରୋଗ ହୋଇଛି କି ନାହିଁ। ତେଣୁ ନିଜକୁ ପ୍ରତିଶେଧକ ବ୍ୟବସ୍ଥା ନେବାକୁ ପଡ଼ିବ।

ନଚେତ ବେଫିକର ହୋଇ କେମିତି ଘରକୁ ପଳେଇବା ବୋଲି ସେ କ୍ଷୋଭର ସହ ପ୍ରଶ୍ନ  କରିଥିଲେ । ଯୁବକ ଜଣକ କେନ୍ଦୁଝରରେ ପହଞ୍ଚି ସିଧା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଙ୍ଗରୋଧ ରେ ଯିବା ନିମନ୍ତେ ଗୁହାରି କରିଥିଲେ । ତେବେ ବହୁ ଅନୁରୋଧ କରିବା ପରେ ଶେଷରେ ଗତକାଲି ତାଙ୍କ ନିକଟରେ ପ୍ରଶାସନ ପହଞ୍ଚି ତାଙ୍କୁ ନେଇ କ୍ୱାରେଣ୍ଟାଇନ୍‌ରେ ରଖିଛି।

Related story