ଦିନକ ପରେ ଶୀତ ଅଧିବେଶନ: ଲଢାଲଢ଼ି ପାଇଁ ପାଗ ଭିଡୁଛନ୍ତି ସରକାର ଓ ବିରୋଧୀ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକ ପରେ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏଥର ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବ। ସବୁଦଳ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ଉପରେ କାଦୁଅ ଫିଙ୍ଗା ରାଜନୀତି କରିବାକୁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି।
ଚାଷୀ ଆତ୍ମହତ୍ୟା, ଚକଡା ପୋକ ଯୋଗୁ ଫସଲ ନଷ୍ଟ, ମରୁଡି ଓ ଅଦିନିଆ ବର୍ଷାରେ ଫସଲହାନୀ ଓ କ୍ଷୟକ୍ଷତି ଆକଳନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ବିରୋଧୀ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀଙ୍କ ମୁକାବିଲା ଲାଗି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି, ମହାନଦୀ ଓ ପୋଲାଭରମ ଭଳି ପ୍ରସଙ୍ଗକୁ ଢାଲ କରିବାକୁ ଶାସକ ଦଳ ଯୋଜନା କରିଛି।
ଅଧିବେଶନ ଆରମ୍ଭରୁ ହିଁ ବିଭିନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବା ନିଶ୍ଚିତ। ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଛି। ମରୁଡି, ଅଦିନିଆ ବର୍ଷାରେ ଫସଲ ନଷ୍ଟ, ଚାଷୀ ଆତ୍ମହତ୍ୟା ସହ ଧାନର ସର୍ବନିମ୍ମ ସହାୟକ ମୂଲ୍ୟ ପ୍ରସଙ୍ଗକୁ ନେଇ ଆକ୍ରମଣାତ୍ମକ ମୁଦ୍ରାରେ ରହିବ ଦଳ। ଏହାବାଦ୍ ବେକାରୀ ସମସ୍ୟା, ଦାଦନ, କୁନ୍ଦୁଲି ଓ ଆଇନଶୃଙ୍ଖଳାକୁ ମଧ୍ୟ କଂଗ୍ରେସ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବ। ପିସି କାରବାର, ଲୋକାୟୁକ୍ତ ଗଠନ ନ ହେବା ଏବଂ ରାଷ୍ଟ୍ରପତି  ଓ ରାଜ୍ୟପାଳ ଫେରାଇଥିବା ବିଲ୍ କଥା ବି ଉଠାଇବ ଦଳ।
ବିଜେପି ପାଇଁ ଚାଷୀ ମଧ୍ୟ ପ୍ରମୁଖ ପ୍ରସଙ୍ଗ ରହିବ। ଚାଷୀ ଆତ୍ମହତ୍ୟା ସହ ଫସଲ କ୍ଷୟକ୍ଷତି ଆକଳନରେ ସରକାରଙ୍କ ଭୂମିକାକୁ ବିଜେପି ଜୋରଦାର ଢଙ୍ଗରେ ଉଠାଇବାକୁ ଯୋଜନା କରିଛି।
ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩୦ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବ।
Ordigital Desk
• Published: Sunday, 26 November 2017
• Updated: 26 November 2017, 09:18 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos