ବର୍ଷକ ପରେ ଜିଲ୍ଲାପାଳ ଦେଲେ ଫସଲ କ୍ଷତି ସହାୟତାର ହିସାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ମସିହାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟର ବିଭିନ୍ନ ଭାଗରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲେ ମଧ୍ୟ ତାକୁ ସ୍ୱୀକାର କରିନଥିବା ରାଜ୍ୟ ସରକାର ଶେଷରେ ୧୨ଟି ଜିଲ୍ଲାର ୬୪ଟି ବ୍ଲକରେ ଚଳିତମାସ ପ୍ରଥମ ସପ୍ତାହରୁ ଇନପୁଟ୍ ସବସିଡି ବଂଟନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୨୦୨୧ ଖରିଫ ଋତୁରେ ବଲାଙ୍ଗିର ଜିଲ୍ଲାରେ ୪୧,୪୭୭ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବାବେଳେ ଦେବଗଡ଼ ଜିଲ୍ଲାରେ ୯୫ ହେକ୍ଟର ଜମିରେ ଫସଲ କ୍ଷତି […]

drought

drought

Ordigital Desk
  • Published: Friday, 02 December 2022
  • Updated: 02 December 2022, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ମସିହାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟର ବିଭିନ୍ନ ଭାଗରେ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲେ ମଧ୍ୟ ତାକୁ ସ୍ୱୀକାର କରିନଥିବା ରାଜ୍ୟ ସରକାର ଶେଷରେ ୧୨ଟି ଜିଲ୍ଲାର ୬୪ଟି ବ୍ଲକରେ ଚଳିତମାସ ପ୍ରଥମ ସପ୍ତାହରୁ ଇନପୁଟ୍ ସବସିଡି ବଂଟନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ୨୦୨୧ ଖରିଫ ଋତୁରେ ବଲାଙ୍ଗିର ଜିଲ୍ଲାରେ ୪୧,୪୭୭ ହେକ୍ଟର ଜମିରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବାବେଳେ ଦେବଗଡ଼ ଜିଲ୍ଲାରେ ୯୫ ହେକ୍ଟର ଜମିରେ ଫସଲ କ୍ଷତି ହୋଇଛି । ଇନପୁଟ୍ ସବସିଡି ବାବଦରେ ଜଳସେଚନ ଜମିକୁ ହେକ୍ଟର ପିଛା ୧୩୫୦୦ଟଙ୍କା ଓ ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ଟଙ୍କା ପ୍ରଦାନ କରିବାକୁ ଆବଶ୍ୟକ ଅର୍ଥ ଆକଳନ କରି ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ପଠାଇଥିବା ସୂଚନା ମିଳିଛି । ଏବାବଦରେ ମୋଟ ୧୮୪ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ୨୦୧୭ ମାର୍ଚ୍ଚ ୮ ତାରିଖ ନିର୍ଦ୍ଦେଶାବଳୀ ଅନୁସାରେ ୫ଟି ମାନକକୁ ଭିତ୍ତିକରି ରାଜ୍ୟ ସରକାର ମରୁଡ଼ି ଘୋଷଣା କରିବାର ପ୍ରାବଧାନ ଥିବା ସତ୍ତ୍ୱେ ୨୦୨୧ ମସିହାରେ ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱଳ୍ପ ବର୍ଷା ଯୋଗୁ କିଛି ଅଂଚଳରେ ଫସଲ କ୍ଷତି ହୋଇଥିଲେ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଇନଥିଲେ । କି ବିରୋଧୀ ଦଳ ଓ ଚାଷୀମାନଙ୍କର ଦାବି ଅନୁରୂପ ମରୁଡ଼ି ଘୋଷଣା ନିମନ୍ତେ ପଦକ୍ଷେପ ନେଇନଥିଲେ । ଜିଲ୍ଲାଗୁଡ଼ିକରୁ ୨୦୨୧ ଅକ୍ଟୋବର ୩୧ତାରିଖ ସୁଦ୍ଧା ଫସଲହାନୀ ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ମଧ୍ୟ ଜିଲ୍ଲାପାଳମାନେ ଦେଇନଥିଲେ । ତେବେ ଚାପ ବଢ଼ିବାରୁ ସରକାର ଓଡ଼ିଶା ରିଲିଫ କୋଡର ପରିଚ୍ଛେଦ-୨୯ ତଥା ଫସଲକଟା ପରୀକ୍ଷଣ ପଦ୍ଧତି ପାଇଁ ଥିବା ପ୍ରକ୍ରିୟା ଅନୁସାରେ ରାଜ୍ୟରେ ମରୁଡ଼ି ଘୋଷଣା ନିମନ୍ତେ ନିଷ୍ପତ୍ତି ନେଇଥିଲେ।

ସେଥିପାଇଁ ୨୦୨୨ ଜାନୁୟାରୀ ମାସରେ ଫସଲହାନୀ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ଚୁପ୍ ବସିଥିବା ସରକାର ପଦ୍ମପୁର ଉପନିର୍ବାଚନରେ ଚାଷୀମାନଙ୍କ ଆନ୍ଦୋଳନକୁ ଦେଖି ସେମାନଙ୍କୁ ମନାଇବା ପାଇଁ ନଭେମ୍ବର ୧୫ତାରିଖରେ ୨୦୨୧ ଖରିଫରେ ଫସଲ କ୍ଷତି ନିମନ୍ତେ ସହାୟତା ରାଶି ନିଜସ୍ୱ ପାଣ୍ଠିରୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀମାନଙ୍କୁ ସହାୟତା ପ୍ରଦାନ ପାଇଁ ଆବଶ୍ୟକ ଅର୍ଥର ଆକଳନ କରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା । ବରଗଡ଼ ଜିଲ୍ଲାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଥିବାରୁ ଏହି ଜିଲ୍ଲାର ଚାଷୀମାନଙ୍କୁ କୃଷି ଇନପୁଟ୍ ସବସିଡି ପ୍ରଦାନ କରାଯିବ।

ରାଜସ୍ୱ ବିଭାଗର ତଥ୍ୟ ଅନୁସାରେ, ୧୨ଟି ଜିଲ୍ଲା ଯଥା ଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ମୋଟ ୬୩୮୮ଟି ଗାଁ ଓ ୧୫ଟି ପୌରାଂଚଳର ୮୭ଟି ୱାର୍ଡରେ ୨.୬୩ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ସେଥିରେ ୨.୫୬ଲକ୍ଷ ହେକ୍ଟର ଜମି ଅଣଜଳସେଚିତ ଓ ୭୦୨୮ ହେକ୍ଟର ଜଳସେଚିତ ଜମି ରହିଛି । ଏହି ଜମିକୁ କୃଷି ଇନପୁଟ ସବସିଡି ବାବଦରେ ରାଜ୍ୟ ସରକାର ମୋଟ ୧୮୩.୯୨ କୋଟି ଟଙ୍କା ବ୍ୟୟ କରିବେ । ବରଗଡ଼ ଜିଲ୍ଲାର ୯ଟି ବ୍ଲକର ୧୬୩ଟି ପଂଚାୟତର ୮୫୦ଟି ଗାଁ ଓ ୨ଟି ପୌରାଂଚଳର ୬ଟି ୱାର୍ଡରେ ସର୍ବାଧିକ ୭୧୨୭୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲାର ୧୩ଟି ବ୍ଲକର ୨୮୮ଟି ପଂଚାୟତର ୧୫୯୧ଟି ଗାଁ ଓ ୪ଟି ପୌରାଂଚଳର ୬ଟି ୱାର୍ଡରେ ମୋଟ ୪୧୬୭୬.୯୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।

ସେହିପରି କଳାହାଣ୍ଡି ଜିଲ୍ଲାର ୧୦ଟି ବ୍ଲକର ୧୭୬ଟି ପଂଚାୟତର ୮୭୬ଟି ଗାଁ ଓ ଗୋଟିଏ ପୌରାଚଂଳର ୩ଟି ୱାର୍ଡରେ ମୋଟ ୨୫୭୦୫ ହେକ୍ଟର ଜମି, ଝାରସୁଗୁଡ଼ାରେ ୫ଟି ବ୍ଲକର ୮୦ଟି ପଂଚାୟତର ୩୩୨ଟି ଗାଁ ଓ ୩ଟି ପୌରାଂଚଳର ୧୨ଟି ୱାର୍ଡରେ ୨୫୨୪୪ ହେକ୍ଟର ଜମି, ସମ୍ବଲପୁରର ୬ଟି ବ୍ଲକର ୭୨ଟି ପଂଚାୟତର ୬୪୬ଟି ଗାଁ ଓ ୨ଟି ପୌରାଂଚଳର ୨୫ଟି ୱାର୍ଡର ମୋଟ ୨୩୨୮୮ ହେକ୍ଟର ଜମି, ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକର ୧୩୦ଟି ପଂଚାୟତର ୬୩୦ ଗାଁ ଓ ଗୋଟିଏ ପୌରାଂଚଳର ୪ଟି ୱାର୍ଡର ୩୮୦୭୯ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି । ଦେବଗଡ଼ ଜିଲ୍ଲାର ଗୋଟିଏ ବ୍ଲକର ୩ଟି ପଂଚାୟତର ୭ଟି ଗାଁରେ ୯୫ହେକ୍ଟର ଜମି, ବୌଦ୍ଧରେ ଗୋଟିଏ ବ୍ଲକର ୨୦ଟି ପଂଚାୟତର ୧୫ଟି ଗାଁର ମୋଟ ୫୮୨ ହେକ୍ଟର ଜମି, ନବରଙ୍ଗପୁରର ଗୋଟିଏ ବ୍ଲକର ୧୪ଟି ପଂଚାୟତର ୮୮ଟି ଗାଁର ୨୨୭୭ ହେକ୍ଟର ଜମି, ନୂଆପଡ଼ା ଜିଲ୍ଲାର ୨ଟି ବ୍ଲକର ୪୩ଟି ପଂଚାୟତର ୧୮୬ଟି ଗାଁ ଓ ଗୋଟିଏ ପୌରାଂଚଳର ୮ଟି ୱାର୍ଡର ମୋଟ ୮୪୧୭ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।

ସୂଚନାଯୋଗ୍ୟ, ପଦମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଚାଷୀ ଆନ୍ଦୋଳନକୁ ପ୍ରଶମିତ କରିବାକୁ ସରକାର ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଘୋଷଣା କରିଥିଲେ । ଏପରିକି ଅତିରିକ୍ତ ବଜେଟରେ ଏନେଇ ବ୍ୟୟବରାଦ ବି କରିଛନ୍ତି । କିନ୍ତୁ ଚାଷୀମାନଙ୍କୁ ଏହା ସନ୍ତୁଷ୍ଟ କରିପାରିନି ଓ ସେମାନଙ୍କ ଆନ୍ଦୋଳନ ପୂର୍ବବତ୍ ଜାରି ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story