ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଵାଗତ ଜଣାଇଲେ ଭଦ୍ରକର ନଜମା ,ମନେପକାଇଲେ ୧୪ ବର୍ଷର ଦେହଥରା ଇତିହାସ

ଭଦ୍ରକ: ତିନି ତଲାକ୍ ପ୍ରଥାରେ ସୁପ୍ରିମକୋର୍ଟଙ୍କ ରୋକ୍ ପରେ ଏହାକୁ ଏମିତି ତ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି । ହେଲେ ଏହି ରାୟକୁ ନେଇ ବେଶ୍ ଖୁସି ଅନୁଭବ କରିଛନ୍ତି ଭଦ୍ରକର ନଜମା ବିବି । ଏହି ବିବାଦୀୟ ପ୍ରଥା ଯୋଗୁଁ ଦୀର୍ଘ ୪ ବର୍ଷ ଧରି ସେ ଯେଉଁଭଳି ଦୁର୍ଦ୍ଦିନ ଦେଇ ଗତି କରିଥିଲେ ତାହା ଆଜି ବି ତାଙ୍କ ମନରେ ତାଜା ହୋଇ ରହିଛି । କୋର୍ଟଙ୍କ ରାୟ ପରେ ନଜମା କହିଛନ୍ତି, […]

najma

Rakesh Mallick
  • Published: Tuesday, 22 August 2017
  • , Updated: 22 August 2017, 10:41 PM IST

ଭଦ୍ରକ: ତିନି ତଲାକ୍ ପ୍ରଥାରେ ସୁପ୍ରିମକୋର୍ଟଙ୍କ ରୋକ୍ ପରେ ଏହାକୁ ଏମିତି ତ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି । ହେଲେ ଏହି ରାୟକୁ ନେଇ ବେଶ୍ ଖୁସି ଅନୁଭବ କରିଛନ୍ତି ଭଦ୍ରକର ନଜମା ବିବି । ଏହି ବିବାଦୀୟ ପ୍ରଥା ଯୋଗୁଁ ଦୀର୍ଘ ୪ ବର୍ଷ ଧରି ସେ ଯେଉଁଭଳି ଦୁର୍ଦ୍ଦିନ ଦେଇ ଗତି କରିଥିଲେ ତାହା ଆଜି ବି ତାଙ୍କ ମନରେ ତାଜା ହୋଇ ରହିଛି । କୋର୍ଟଙ୍କ ରାୟ ପରେ ନଜମା କହିଛନ୍ତି, ଏ ପ୍ରଥା ସମ୍ପୂର୍ଣ୍ଣ ହଟିବା ଦରକାର ।
କେତେଯେ ଯନ୍ତ୍ରଣାଦାୟକ ଏହି ତିନି ତଲାକ, ତାହା ବୋଧେ ଭଦ୍ରକର ନଜମା ବିବିଙ୍କଠାରୁ ଅଧିକ କେହି ଅନୁଭବ କରିନଥିବେ ।

୧୪ ବର୍ଷ ତଳର ସେ ଦୁର୍ଦ୍ଦିନ କଥା ମନେ ପଡିଲେ ଆଜି ବି ତାଙ୍କ ଦେହ ଶିହରି ଉଠେ । ୨୦୦୩ ମସିହାରେ ଏକ ବିବାଦୀୟ ଢଙ୍ଗରେ ସ୍ଵାମୀଙ୍କଠାରୁ ତିନି ତଲାକ୍ ପାଇ ପ୍ରାୟ ୩ବର୍ଷ କାଳ ଛୋଟ ଛୋଟ ପିଲାଙ୍କୁ ଧରି ଅଲଗା ରହିଥିଲେ ନଜମା । ତେବେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଏକାଠି ରହିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପୁଣି ସ୍ଵାଭାବିକ ହୋଇଥିଲା ତାଙ୍କ ପାରିବାରିକ ଜୀବନ । ଆଉ ଏବେ ପୁଣି ସେହି ସମାନ ପ୍ରଥା ଉପରେ ରୋକ୍ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ସ୍ଵାଗତ କରିଛନ୍ତି ନଜମା ।
୨୦୦୩ ମସିହା ଭଦ୍ରକ କଣ୍ଟାବଣିଆ ମୁସଲିମ୍ ବସ୍ତିର ନଜମା ବିବିଙ୍କୁ ତାଙ୍କ ସ୍ଵାମୀ ସେକ୍ ସେରୁ ଏକ ବିବାଦୀୟ ଢଙ୍ଗରେ ତିନି ଥର ତଲାକ୍ କହିଥିଲେ । ତା ପରଠାରୁ ସତେଯେମିତି ନଜମାଙ୍କ ଉପରେ ଖସି ପଡିଥିଲା ଦୁଃଖର ପାହାଡ଼ । ୪ଟି ଛୋଟ ପିଲାଙ୍କୁ ଧରି ସ୍ଵାମୀଙ୍କଠାରୁ ତାଙ୍କୁ ଅଲଗା ରହିବାକୁ ପଡ଼ିଥିଲା । ତେବେ ଉଭୟ ପତି ପତ୍ନୀ ପୁଣିଥରେ ଏକାଠି ରହିବାକୁ ଚାହିଁ ଫ୍ୟାମିଲି କୋର୍ଟ ଓ ବିଭିନ୍ନ ସଂଗଠନର ଦ୍ୱାରସ୍ଥ ହୋଇଥିଲେ । ହେଲେ ସବୁଠି ନିରାଶ ହେବାକୁ ପଡିଥିଲା ।

ଶେଷରେ ୨୦୦୫ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଦମ୍ପତ୍ତି। ଏହି ଘଟଣାର ଶୁଣାଣି କରି କୋର୍ଟ ୨୦୦୬ ମସିହାରେ ଉକ୍ତ ତଲାକ୍‌କୁ ଅଗ୍ରାହ୍ୟ କରି ଦେଇଥିଲେ । କୋର୍ଟ ଉଭୟ ପତି ଓ ପତ୍ନୀଙ୍କୁ ଏକାଠି ରହିବାକୁ ଅନୁମତି ଦେବା ସହ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସେତେବେଳେ ଏହି ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ବି ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସୁପ୍ରିମ କୋର୍ଟଙ୍କ ରାୟ ପରେ ଏକପ୍ରକାର ନିର୍ଭୟ ହୋଇଯାଇଛନ୍ତି ଭଦ୍ରକର ନଜମା ।

Related story