ସୁରତ ପରେ ଭୁବନେଶ୍ୱରରୁ ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରତ ପରେ ଭୁବନେଶ୍ୱରରୁ ସିଧାସଳଖ ବାରଣାସୀକୁ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ବରୁଡ଼ ଭେଙ୍କଟେଶ୍ୱର ରାଓ। ସପ୍ତାହର ସବୁ ଦିନ ଏହି ବିମାନ ଚାଲିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରୁ ଆଜି ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଆଜି ସକାଳ ୮ଟା ୪୦ରେ ସୁରତ […]

airindia

Manoranjan Sial
  • Published: Monday, 20 January 2020
  • , Updated: 20 January 2020, 04:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରତ ପରେ ଭୁବନେଶ୍ୱରରୁ ସିଧାସଳଖ ବାରଣାସୀକୁ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ବରୁଡ଼ ଭେଙ୍କଟେଶ୍ୱର ରାଓ। ସପ୍ତାହର ସବୁ ଦିନ ଏହି ବିମାନ ଚାଲିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରୁ ଆଜି ଭୁବନେଶ୍ୱରରୁ ସୁରତକୁ ବିମାନ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଆଜି ସକାଳ ୮ଟା ୪୦ରେ ସୁରତ ଅଭିମୁଖେ ଉଡାଣ କରିଛି। ଏଥିରେ ୮୧ ଯାତ୍ରୀ ଥିଲେ। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱର-ସୁରତ ଓ ଶୁକ୍ରବାର ଓ ରବିବାର ସୁରଥ-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ।

ସୁରତକୁ ସିଧା ବିମାନ ଚଳାଚଳ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏହି ଦାବି ପୂରଣ ହୋଇଥିବା ସେ କହିଛନ୍ତି। ଅନ୍ୟପଟେ ସୁରତ ଯିବାକୁ ଥିବା ଯାତ୍ରୀମାନେ ମଧ୍ୟ ଖୁସି ପ୍ରକଟ କରିଛନ୍ତି।

Related story