ଭୁବନେଶ୍ୱରର ବିପର୍ଯ୍ୟସ୍ତ ଟ୍ରାଫିକ ପରେ ଏବେ ମୁକୁଳା ଡ୍ରେନ: ବିଦେଶୀ ଫଟୋ ସାମ୍ବାଦିକ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶ୍ୱକପ୍ ପୁରୁଷ ହକି-୨୦୨୩ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପ୍ରଶାସନର ଅପାରଗତା ପାଇଁ ଓଡ଼ିଶାକୁ ବିଶ୍ୱସ୍ତରୀୟ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି । ଗତ ଦୁଇଦିନ ତଳେ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରି ହୋଟେଲକୁ ଫେରିବାବେଳେ ପ୍ରାୟ ଏକ ଘଂଟା ଧରି ଫ୍ରାନ୍ସ ହକି ଖେଳାଳିମାନେ ରାସ୍ତାରେ ଫସି ରହିବା ରାଜଧାନୀ ଭୁବନେଶ୍ୱରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ପଦାରେ ପକାଇଥିବାବେଳେ ଆଜି ମୁକୁଳା ଡ୍ରେନରେ ପଡ଼ି […]

Drain

Drain

Ordigital Desk
  • Published: Thursday, 12 January 2023
  • Updated: 12 January 2023, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶ୍ୱକପ୍ ପୁରୁଷ ହକି-୨୦୨୩ ପାଇଁ ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣରେ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପ୍ରଶାସନର ଅପାରଗତା ପାଇଁ ଓଡ଼ିଶାକୁ ବିଶ୍ୱସ୍ତରୀୟ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି । ଗତ ଦୁଇଦିନ ତଳେ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ କରି ହୋଟେଲକୁ ଫେରିବାବେଳେ ପ୍ରାୟ ଏକ ଘଂଟା ଧରି ଫ୍ରାନ୍ସ ହକି ଖେଳାଳିମାନେ ରାସ୍ତାରେ ଫସି ରହିବା ରାଜଧାନୀ ଭୁବନେଶ୍ୱରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ପଦାରେ ପକାଇଥିବାବେଳେ ଆଜି ମୁକୁଳା ଡ୍ରେନରେ ପଡ଼ି ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱକପ୍ ପୁରୁଷ ହକି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ବୁଧବାର ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ନିକଟରେ ରାସ୍ତା କଡ଼ରେ ଚା’ ପିଇବାବେଳେ ଡ୍ରେନ ଭିତରକୁ ଖସି ପଡ଼ିଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକମାନେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି ବୋଲି ଜଣାପଡ଼ିଛି ।

ତେବେ ପ୍ରଶ୍ନ ଉଠୁଛି, ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତ ପ୍ରାୟ ୩ମାସ ଧରି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବାବେଳେ ରାସ୍ତାକଡ଼ରେ ସରକାରୀ ଜମିରେ ଥିବା ଦୋକାନଗୁଡ଼ିକ ମଧ୍ୟ ଭଙ୍ଗାଯାଇଛି । ହଜାର ହଜାର ଦୋକାନୀ ନିଜର ଜୀବିକା ହରାଇଛନ୍ତି । କେବଳ ବିଶ୍ୱକପ୍ ହକି ମ୍ୟାଚ୍ ବେଳେ ଦେଶବିଦେଶରୁ ଆସୁଥିବା କ୍ରୀଡ଼ାପ୍ରେମୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଭୁବନେଶ୍ୱରର ସୁନ୍ଦର ଓ ବ୍ୟବସ୍ଥିତ ରୂପ ଦେଖାଇବା ପାଇଁ । ଶହ ଶହ କୋଟି ଟଙ୍କା ମଧ୍ୟ ରାଜକୋଷରୁ ଏଥିପାଇଁ ବ୍ୟୟ ହେଉଛି । ଗତ ୪ବର୍ଷ ଧରି ସରକାରୀସ୍ତରରେ ବିଶ୍ୱକପ୍ ପୁରୁଷ ହକି ମ୍ୟାଚ୍ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । କିନ୍ତୁ ଏହାସତ୍ତ୍ୱେ ବିଦେଶୀ ନାଗରିକ ସମ୍ମୁଖରେ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡ଼ିଛି ।

ଭୁବନେଶ୍ୱରର ସ୍ମାର୍ଟ ଚେହେରାକୁ କଥାକଥାକେ ପ୍ରଚାର କରି ଆତ୍ମତୃପ୍ତିରେ ସନ୍ତୁଷ୍ଟ ହେଉଥିବା ରାଜ୍ୟ ସରକାର କାହିଁକି ଭୁବନେଶ୍ୱରର ସହରର ମୁକୁଳା ଡ୍ରେନ ପ୍ରତି ସଚେତନ ନଥିଲେ । ପୂର୍ବରୁ ମୁକୁଳା ଡ୍ରେନ ଯୋଗୁ ଭୁବନେଶ୍ୱରରର ଶତାବ୍ଦୀ ନଗର ଅଂଚଳରେ ଜଣେ ଛାତ୍ର ଭାସି ଯାଇ ପ୍ରାଣ ହରାଇଥିବାବେଳେ ପୁରୁଣା ଭୁବନେଶ୍ୱରର ଅଂଚଳରେ ଜଣେ ବୃଦ୍ଧା ମଧ୍ୟ ଡ୍ରେନ ହୋଲକୁ ଖସି ପଡ଼ିଥିଲେ । ରାସ୍ତା ନିର୍ମାଣ ନାଁରେ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ମୁକୁଳା ଡ୍ରେନ, ଖଣ୍ଡିଆଖାବଡ଼ା ରାସ୍ତା ରହିଥିଲେ ମଧ୍ୟ ଏସବୁକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାରେ ନା ଭୁବନେଶ୍ୱର ମହାନଗର ନିଗମ, ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ ଅବା ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । କେବଳ ଭଙ୍ଗାଗଢ଼ା ଓ ଚୂନ ମାରି କୋଟିକୋଟି ଟଙ୍କାକୁ ପାଣିରେ ପକାଇବାକୁ ପ୍ରୟାସ ହେଉଥିବା ଚର୍ଚ୍ଚା

ରାଜଧାନୀର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ପ୍ରତି ଅବଗତ ଥିବା ରାଜ୍ୟ ସରକାର ବିଶ୍ୱକପ୍ ହକି ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କାହିଁକି ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇନାହାନ୍ତି । ପୂର୍ବରୁ ଜଣେ ଆଇପିଏସ ଅଫିସରଙ୍କୁ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ଦେଇଥିବା ରାଜ୍ୟ ସରକାର ଏବେ ମାତ୍ର ଜଣେ ଏସିପି ର‌୍ୟାଙ୍କର ଓପିଏସ୍ ଅଫିସରଙ୍କ ଭରସାରେ ରାଜଧାନୀର ଟ୍ରାଫିକକୁ ଛାଡ଼ିଦେଇଛନ୍ତି । ପ୍ରାୟ ୧୨ଲକ୍ଷରୁ ଅଧିକ ଲୋକ ରହୁଥିବା ରାଜଧାନୀ ଭୁବନେଶ୍ୱରରେ ନିୟମିତ ଭିଭିଆଇପିଙ୍କ ଗସ୍ତ ରହୁଥିଲେ ମଧ୍ୟ ଟ୍ରାଫିକ ଦାୟିତ୍ୱରେ ଜଣେ ଇନ୍ସପେକ୍ଟର, ୧୩ଜଣ ସବଇନ୍ସପେକ୍ଟର ଓ ୩ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ରହିଛନ୍ତି । ଯେଉଁଥିପାଇଁ ରାଜଧାନୀର ବିଭିନ୍ନ ଅଂଚଳରେ ଟ୍ରାଫିକ ସମସ୍ୟା ଯୋଗୁ ଘଂଟା ଘଂଟା ଧରି ସାଧାରଣ ଲୋକଙ୍କୁ ରାସ୍ତାରେ ଛିଡ଼ା ହୋଇ ରହିବାକୁ ପଡ଼ୁଛି । ଆଉ ଫ୍ରାନ୍ସର ହକି ଖେଳାଳିମାନେ ଅଭ୍ୟାସ କରି ପାତ୍ରପଡ଼ା ଛକ ନିକଟରେ ଥିବା ‘ୱେଲକମ୍‌’ ହୋଟଲକୁ ଫେରିବାବେଳେ ସେମାନଙ୍କୁ ପ୍ରାୟ ଏକ ଘଂଟାରୁ ଅଧିକ ସମୟ ଧରି ବସ୍ ଭିତରେ ଅଟକି ରହିବାକୁ ପଡ଼ିଥିଲା । ଏହା ହିଁ ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ପ୍ରଚାରର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story