ରାଜଧାନୀରୁ ପୁଣି ୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, କେଉଁ ଅଞ୍ଚଳରୁ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ପୁଣି ୫ ‘କରୋନା’ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ(ପୁରୁଷ) ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର। ତାଙ୍କର ବଷୟ ୩୬ ବର୍ଷ। ସେ ଦିଲ୍ଲୀ ଫେରିଥିଲେ। ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଜୟଦେବ ବିହାର ନିରଙ୍କାରୀ ନଗରର। ପେଶାରେ ସେ ଜଣେ ଆଇଟି ପ୍ରଫେସନାଲ। ସେ ଦିଲ୍ଲୀ ଫେରିଥିଲେ। ସେହିପରି ଅନ୍ୟ ଜଣେ ୨୨ ବର୍ଷୀୟ ମହିଳା ‘କରୋନା’ରେ […]

coro

Manoranjan Sial
  • Published: Tuesday, 16 June 2020
  • , Updated: 16 June 2020, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ପୁଣି ୫ ‘କରୋନା’ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ(ପୁରୁଷ) ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର। ତାଙ୍କର ବଷୟ ୩୬ ବର୍ଷ। ସେ ଦିଲ୍ଲୀ ଫେରିଥିଲେ। ଅନ୍ୟ ଜଣେ ୨୨ ବର୍ଷୀୟ ଯୁବକ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଜୟଦେବ ବିହାର ନିରଙ୍କାରୀ ନଗରର। ପେଶାରେ ସେ ଜଣେ ଆଇଟି ପ୍ରଫେସନାଲ। ସେ ଦିଲ୍ଲୀ ଫେରିଥିଲେ। ସେହିପରି ଅନ୍ୟ ଜଣେ ୨୨ ବର୍ଷୀୟ ମହିଳା ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଘର ପଟିଆ ଶ୍ରୀବିହାର ଅଞ୍ଚଳରେ। ପୂର୍ବରୁ ସେ ଜଣେ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଜଣେ ‘କରୋନା’ ଆକ୍ରାନ୍ତ ହେଉଛନ୍ତି ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ୩୭ ବର୍ଷର ପୁରୁଷ। ପୂର୍ବରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଅନ୍ୟ ଜଣେ ୨୫ ବର୍ଷର ମେଡିକାଲ ଅଧିକାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଧିକାରୀ ଜଣକ ଏକ ସରକାରୀ ହସ୍ପିଟାଲର ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/bmcbbsr/status/1272819124171714560?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୨୩୨ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୫୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ତେବେ ରାଜ୍ୟ ଚିତ୍ରକୁ ଦେଖିଲେ ଆଜି ସୁଦ୍ଧା ୪୧୬୩ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୯୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୩ ଜଣ ‘କରୋନା’ରୁ ଅରୋଗ୍ୟ ହୋଇ ଅନ୍ୟ ରୋଗରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Related story