ବଣ ଭିତରେ ଦୁଇ ଉଲଗ୍ନ ଯୁବତୀଙ୍କୁ ପିଟିଲେ, ସୁଟିଂ କଲେ: ଭିଡିଓ ଭାଇରାଲ୍‌

<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅଶ୍ଲୀଳ ଭିଡ଼ିଓ। ଜଙ୍ଗଲ ଭିତରେ ସୁଟିଂ ହୋଇଥିବା ଏହି ଭିଡ଼ିଓରେ ଦୁଇ ଜଣ ଯୁବତୀ ଓ ଦୁଇ ଯୁବକ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ସେମାନଙ୍କୁ ଅନ୍ୟ ଦୁଇ ଜଣ ଯୁବକ ମାଡ଼ ମାରିବା ସହିତ ମୋବାଇଲରେ ଫଟୋ ଉଠାଉଛନ୍ତି। ସେମାନେ ସମସ୍ତେ ସମ୍ୱଲପୁରୀ ଭାଷାରେ କଥାବାର୍ତ୍ତା କରୁଥିବାରୁ ଭିଡ଼ିଓଟି ପଶ୍ଚିମ ଓଡ଼ିଶା ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ନିଜ ଆଡ଼ୁ ସମ୍ୱଲପୁର ଟାଉନ୍&zwnj; ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p> <p>ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ୨ ମିନିଟ୍&zwnj; ୧୪ ସେକେଣ୍ଡର ଭିଡ଼ିଓଟି ଏକ ଜଙ୍ଗଲି ଅଞ୍ଚଳରେ ସୁଟିଂ କରାଯାଇଛି। ଯେଉଁଥିରେ ଦୁଇ ଜଣ ଯୁବତୀଙ୍କ ସହ ଦୁଇ ଜଣ ଯୁବତୀ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅଛନ୍ତି। ଅନ୍ୟ ଦୁଇ ଜଣ ଯୁବକ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ନିର୍ଯାତନା ଦେଉଥିବା ଯୁବକଙ୍କ ମଧ୍ୟରୁ ଜଣେ ଉଲଗ୍ନ ଅବସ୍ଥାରେ ଥିବା ଯୁବକ ଓ ଯୁବତୀଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି। ଅନ୍ୟ ଜଣେ ମୋବାଇଲରେ ଚିତ୍ର ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି। ଏପରିକି ଯୁବତୀମାନଙ୍କୁ ପୋଷାକ ପିନ୍ଧିବାକୁ ଦିଆଯାଉନଥିଲା। ନିର୍ଯାତନା ଦେଉଥିବା ଯୁବକମାନେ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ମଧ୍ୟ ଦେଉଥିଲେ। ତେବେ ଏହି ଭିଡ଼ିଓ କେଉଁ ଅଞ୍ଚଳରେ ସୁଟିଂ କରାଯାଇଛି, ତାହା ଜଣାପଡ଼ି ନାହିଁ।</p>

Ordigital Desk
  • Published: Wednesday, 03 January 2018
  • Updated: 03 January 2018, 05:56 PM IST
<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅଶ୍ଲୀଳ ଭିଡ଼ିଓ। ଜଙ୍ଗଲ ଭିତରେ ସୁଟିଂ ହୋଇଥିବା ଏହି ଭିଡ଼ିଓରେ ଦୁଇ ଜଣ ଯୁବତୀ ଓ ଦୁଇ ଯୁବକ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ସେମାନଙ୍କୁ ଅନ୍ୟ ଦୁଇ ଜଣ ଯୁବକ ମାଡ଼ ମାରିବା ସହିତ ମୋବାଇଲରେ ଫଟୋ ଉଠାଉଛନ୍ତି। ସେମାନେ ସମସ୍ତେ ସମ୍ୱଲପୁରୀ ଭାଷାରେ କଥାବାର୍ତ୍ତା କରୁଥିବାରୁ ଭିଡ଼ିଓଟି ପଶ୍ଚିମ ଓଡ଼ିଶା ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି। ଏନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ନିଜ ଆଡ଼ୁ ସମ୍ୱଲପୁର ଟାଉନ୍&zwnj; ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p><p>ସୋସିଆଲ ମିଡ଼ିଆରେ ଘୂରି ବୁଲୁଥିବା ୨ ମିନିଟ୍&zwnj; ୧୪ ସେକେଣ୍ଡର ଭିଡ଼ିଓଟି ଏକ ଜଙ୍ଗଲି ଅଞ୍ଚଳରେ ସୁଟିଂ କରାଯାଇଛି। ଯେଉଁଥିରେ ଦୁଇ ଜଣ ଯୁବତୀଙ୍କ ସହ ଦୁଇ ଜଣ ଯୁବତୀ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଅଛନ୍ତି। ଅନ୍ୟ ଦୁଇ ଜଣ ଯୁବକ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। ନିର୍ଯାତନା ଦେଉଥିବା ଯୁବକଙ୍କ ମଧ୍ୟରୁ ଜଣେ ଉଲଗ୍ନ ଅବସ୍ଥାରେ ଥିବା ଯୁବକ ଓ ଯୁବତୀଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି। ଅନ୍ୟ ଜଣେ ମୋବାଇଲରେ ଚିତ୍ର ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି। ଏପରିକି ଯୁବତୀମାନଙ୍କୁ ପୋଷାକ ପିନ୍ଧିବାକୁ ଦିଆଯାଉନଥିଲା। ନିର୍ଯାତନା ଦେଉଥିବା ଯୁବକମାନେ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ମଧ୍ୟ ଦେଉଥିଲେ। ତେବେ ଏହି ଭିଡ଼ିଓ କେଉଁ ଅଞ୍ଚଳରେ ସୁଟିଂ କରାଯାଇଛି, ତାହା ଜଣାପଡ଼ି ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos