ଅଗଷ୍ଟ ୭ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଗଷ୍ଟ ୭ ଓ ୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୭ ତାରିଖ ଅପରାହ୍ନ ଗୋଟାଏ ୪୫ ମିନିଟରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଉକ୍ତଦିନ ଖୋର୍ଦ୍ଧା ରାମେଶ୍ୱର ବିଦ୍ୟାଳୟରେ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ମୁଖାର୍ଜୀ ବିଶିଷ୍ଠ ଅତିଥି ଭାବେ ଯୋଗଦେବେ । ସନ୍ଧ୍ୟାରେ ରାଷ୍ଟ୍ରପତି ମୁଖାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୮ ତାରିଖରେ […]

pranab-mukherjee

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 12:37 PM IST

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅଗଷ୍ଟ ୭ ଓ ୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୭ ତାରିଖ ଅପରାହ୍ନ ଗୋଟାଏ ୪୫ ମିନିଟରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଉକ୍ତଦିନ ଖୋର୍ଦ୍ଧା ରାମେଶ୍ୱର ବିଦ୍ୟାଳୟରେ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ମୁଖାର୍ଜୀ ବିଶିଷ୍ଠ ଅତିଥି ଭାବେ ଯୋଗଦେବେ । ସନ୍ଧ୍ୟାରେ ରାଷ୍ଟ୍ରପତି ମୁଖାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୁରୀ ରାଜଭବନରେ ରାତ୍ରୀଯାପନ କରିବେ । ସେହିପରି ୮ ତାରିଖରେ କଟକ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ଏକ ସେମିନାରରେ ଯୋଗଦେବା ପରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Related story