ହାର ମାନିଛି ବାର୍ଦ୍ଧକ୍ୟ, ୧୦୩ ବର୍ଷ ବୟସରେ ବି ସେ ଯୁବକ

ଚାନ୍ଦବାଲି (ବାସୁଦେବ ଦାସ): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। ବୟସ ୧୦୩ ବର୍ଷ ବୟସରେ ସେ କରୁଛନ୍ତି ଯୁବକର କାମ। ୫ କିଲିଆ ହାତୁଡ଼ି ଧରି ପ୍ରତିଦିନ ଶାଳରେ ବସି କାମ କରୁଛନ୍ତି। ସେ ହେଉଛନ୍ତି ଦିନବନ୍ଧୁ ସୂତାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସିର ନରସିଂହପୁର ଗାଁରେ ତାଙ୍କର ଘର। ନରସିଂହପୁର ଗାଁର ଦିନବନ୍ଧୁ ସୂତାର। ଚମ ଧୁଡୁଧୁଡ଼ି ପଡ଼ିଗଲାଣି। ଆଖି ଦୁଇଟି କୋରଡ଼ ଭିତରେ ପଶି ଗଲାଣି। ହେଲେ ହାର ମାନି ନାହାନ୍ତି। […]

bhadrak

Manoranjan Sial
  • Published: Sunday, 15 December 2019
  • , Updated: 15 December 2019, 09:12 PM IST

ଚାନ୍ଦବାଲି (ବାସୁଦେବ ଦାସ): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। ବୟସ ୧୦୩ ବର୍ଷ ବୟସରେ ସେ କରୁଛନ୍ତି ଯୁବକର କାମ। ୫ କିଲିଆ ହାତୁଡ଼ି ଧରି ପ୍ରତିଦିନ ଶାଳରେ ବସି କାମ କରୁଛନ୍ତି। ସେ ହେଉଛନ୍ତି ଦିନବନ୍ଧୁ ସୂତାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍‌ଏସିର ନରସିଂହପୁର ଗାଁରେ ତାଙ୍କର ଘର।

ନରସିଂହପୁର ଗାଁର ଦିନବନ୍ଧୁ ସୂତାର। ଚମ ଧୁଡୁଧୁଡ଼ି ପଡ଼ିଗଲାଣି। ଆଖି ଦୁଇଟି କୋରଡ଼ ଭିତରେ ପଶି ଗଲାଣି। ହେଲେ ହାର ମାନି ନାହାନ୍ତି। ପିଲାଛୁଆଙ୍କ ବାରଣ ସତ୍ତ୍ୱେ କୌଳିକ ବୃତ୍ତିକୁ ଛାଡ଼ି ପାରୁନାହାନ୍ତି। ପ୍ରତିଦିନ ଶାଳରେ ବସି କାମ କରୁଛନ୍ତି। ନିଜ ହାତରେ ସେ ତିଆରି କରନ୍ତି ଦାଆ, କଟୁରୀ, ପନିକି ଆଦି ଘର କରଣା ଜିନିଷ। ଦିନବନ୍ଧୁଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା, ସେ ଭଲ ଦାଆ ତିଆରି କରନ୍ତି। ସେଥିପାଇଁ ଧାନ କଟା ସମୟରେ ଦିନା ଶାଳର ଦାଆର ସ୍ୱତନ୍ତ୍ର ପରିଚୟ ରହିଛି। ଆଖ ପାଖ ୩ ଖଣ୍ଡ ପଞ୍ଚାୟତର ଲୋକେ ତାଙ୍କ ପାଖକୁ ବିଭିନ୍ନ ଘର କରଣା ଜିନିଷ ତିଆରି କରିବା ପାଇଁ ଭିଡ଼ ଜମାଇଥାଆନ୍ତି।

ବୟସର ଅପରାହ୍ନରେ ଦିନା ନିଜକୁ କେବେ ବୃଦ୍ଧ ବୋଲି ଭାବି ନାହାଁନ୍ତି। ସାଇକେଲ ଚଲାଇବା, ପ୍ରାତଃ ଭ୍ରମଣ କରିବା, ଲୁହାକୁ ବାଡେଇ ବିଭିନ୍ନ ପ୍ରକାର ଘର କିଣା ଜିନିଷ କରିବାରେ ସେ ପାରଙ୍ଗମ। କେବେବି ସେ ନିଜକୁ ଏହି କାମରୁ ଥକି ପଡ଼ିନାହାନ୍ତି।

ତିନି ପୁଅ ବୋହୂଙ୍କୁ ନେଇ ଦିନବନ୍ଧୁଙ୍କ ହସ ଖୁସିର ସଂସାର। ସମସ୍ତେ ପାରିଗଲେଣି। ତାଙ୍କ ଉପରେ ନିର୍ଭର ବି ନାହିଁ। ହେଲେ ସେ କିନ୍ତୁ ବିଶ୍ରାମ ନେବାକୁ ଚାହାନ୍ତିନି। ହାତଗୋଡ଼ ଚାଲୁଛି ତ କାମ ବି ଚାଲୁଛି। ସାମାନ୍ୟ ଥଣ୍ଡା କାଶକୁ ଛାଡ଼ି ଦେଲେ ସେମିତି ଦେହ ଖରାପରେ ପଡ଼ିନାହାନ୍ତି। ଗାଁ ଲୋକଙ୍କ କହିବା କଥା ୧୫ କୋଡିଏ ବର୍ଷ ତଳେ ଦିନବନ୍ଧୁ ଯେମିତି ଥିଲେ, ଯେମିତି କାମ କରୁଥିଲେ, କୁଆଡ଼େ ଆଜି ବି ସେମିତି ସକାଳ ଓ ସଂଧ୍ୟାରେ କାମ କରୁଛନ୍ତି।

Related story