ଆମ ଦୁଃଖ ବୁଝ, ନହେଲେ ସାମୁହିକ ଆତ୍ମାହୁତି

ପାଲଲହଡା(ରବି ନାରାୟଣ ପ୍ରଧାନ): ଏଞ୍ଜେନ ବିଦ୍ୟୁତ ବିତରଣ କମ୍ପାନୀ ସହ ଅନୁବନ୍ଧିତ ହୋଇ ଆଠ ବର୍ଷ କାମ କଲେ। ଅନୁଗୁଳ ଜିଲ୍ଲାର ପରାବିଲଠୁ ପାଳଲହଡା ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ଚଢି ବିପଦଜନକ ଅବସ୍ଥାରେ ଚାରିଟି ସେକ୍ସନର ପ୍ରାୟ ୪୦୦ ଗାଁକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଲେ। ହେଲେ ସରକାରୀ ସ୍ତରରେ ବିତରଣ କମ୍ପାନୀ ବଦଳି ଯିବାରୁ ଏଞ୍ଜେନ ଅଧୀନରେ କାମ କରୁଥିବା ଅନୁଗୁଳ ଜିଲ୍ଲା ପାଲଲହଡା ଅଂଚଳର ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ଭାଗ୍ୟରେ ଏବେ ଚଡକ ପଡିଛି। […]

60

60

Tapas Behera
  • Published: Thursday, 03 December 2020
  • Updated: 03 December 2020, 04:49 PM IST

Sports

Latest News

ପାଲଲହଡା(ରବି ନାରାୟଣ ପ୍ରଧାନ): ଏଞ୍ଜେନ ବିଦ୍ୟୁତ ବିତରଣ କମ୍ପାନୀ ସହ ଅନୁବନ୍ଧିତ ହୋଇ ଆଠ ବର୍ଷ କାମ କଲେ। ଅନୁଗୁଳ ଜିଲ୍ଲାର ପରାବିଲଠୁ ପାଳଲହଡା ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ଚଢି ବିପଦଜନକ ଅବସ୍ଥାରେ ଚାରିଟି ସେକ୍ସନର ପ୍ରାୟ ୪୦୦ ଗାଁକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଲେ। ହେଲେ ସରକାରୀ ସ୍ତରରେ ବିତରଣ କମ୍ପାନୀ ବଦଳି ଯିବାରୁ ଏଞ୍ଜେନ ଅଧୀନରେ କାମ କରୁଥିବା ଅନୁଗୁଳ ଜିଲ୍ଲା ପାଲଲହଡା ଅଂଚଳର ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ଭାଗ୍ୟରେ ଏବେ ଚଡକ ପଡିଛି। ନିଜ ଚାକିରୀକୁ ନେଇ ଆଶା ଆଶଙ୍କାରେ କର୍ମଚାରୀ। ଏନେଇ କର୍ମଚାରୀମାନେ ଆଜି ଆନ୍ଦୋଳନ କରିଥିଲେ।

ନିଜର ଚାକିରି ବଞ୍ଚେଇବାକୁ ଅସ୍ଥାୟୀ କର୍ମଚାରୀ ସଂଘ ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ପାଳଲହଡା ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନଙ୍କୁ ବାରମ୍ବାର ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ହେଲେ ବିଦ୍ୟୁତ ଯୋଗାଣ କାରୀ ସଂସ୍ଥା ପକ୍ଷରୁ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚରମ ପଦକ୍ଷେପ ନେଇଛି ଶ୍ରମିକ ସଂଘ। ବଳକା ଥିବା ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ଟାଟା ପାୱାରରେ ପୁନଃ ନିଯୁକ୍ତି ଦାବିରେ ଆଜି ପାଳଲହଡା ରେ ଥିବା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ରେ ଧାରଣା ଦେଇଥିଲା ସଂଘ। ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଫିସ ସାମ୍ନାରେ ସମୂହ ଧାରଣା ଓ ବିକ୍ଷୋଭ ଜାରି ରହିବ ବୋଲି କୁହାଯାଇ ଥିଲା। ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପାଳଲହଡା ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼(ଟିପିସିଓଡିଏଲ) କାର୍ଯ୍ୟାଳୟ ସାମନାରେ ନିଜ ଦେହରେ ପେଟ୍ରୋଲ ଜଳାଇ ସାମୁହିକ ଆତ୍ମାହୁତି ଦେବେ ବୋଲି ମଧ୍ୟ ସଂଘ ଚେତାବନୀ ଦେଇଥିଲା। ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ବହୁତ ବୁଝା ସୁଝା କରିବା ପରେ ସାତ ଦିନ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ ସାମୁହିକ ଆତ୍ମାହୁତି ଦେବୁ ବୋଲି ପୁଣି ଧମକ ଦିଆଯାଇଛି।

ସଂଘର ଅଭିଯୋଗ ଅନୁସାରେ ଦୀର୍ଘ ଆଠ ବର୍ଷ ଧରି ଏଞ୍ଜେନ କମ୍ପାନୀ ଅଧୀନରେ କାମ କରି ପାଳଲହଡା ଅଞ୍ଚଳରେ ବିଦ୍ୟୁତ ସେବା ଯୋଗାଉ ଥିଲୁ। କିନ୍ତୁ ଏଞ୍ଜେନକୁ ହଟାଇ ଟିପିସିଓଡିଏଲ ବିଦ୍ୟୁତ ଯୋଗାଣ ଦାଇତ୍ୱ ନେବାପରେ ପୂର୍ବରୁ ଏଞ୍ଜେନରେ କାମ କରିଥିବା ଲୋକଙ୍କୁ ଥଇଥାନ କରୁନି ଟାଟା ପାୱାର। ଫଳରେ ଅନିଶ୍ଚିତତା ଭିତରେ ଅତି ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଏମାନେ। ଏନେଇ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଇଛି।ଗତ ୨୩ ତାରିଖରେ ପାଳଲହଡା ବିଧାୟକ ମୁକେଶ କୁମାର ପାଳ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଟାଟା ପାୱାର (ଟିପିସିଓଡିଏଲ) ଅଧିକାରୀ ଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲା।ବୈଠକର ନିଷ୍ପତ୍ତି ଅନୁଯାୟୀ ସମସ୍ତ ବଳକା ଶ୍ରମିକଙ୍କୁ ଏକ ସପ୍ତାହ ମଧ୍ୟରେ ଟାଟା ପାୱାରରେ ନିଯୁକ୍ତି ଦିଆଯିବ ଏବଂ ଦୁଇ ଦିନ ମଧ୍ୟରେ ଅର୍ଥାତ ନଭେମ୍ବର ୨୬ ତାରିଖ ସୁଦ୍ଧା ବଦଳି ହୋଇଥିବା ସମସ୍ତ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରେଇ ଅଣାଯିବ।

ହେଲେ ଏଯାଏ ଟାଟା ପାୱାର ପ୍ରତିଶୃତି ପୁରଣ ନକରିବାରୁ ବାଧ୍ୟହୋଇ ୩ତାରିଖରୁ ପାଳଲହଡା ଟିପିସିଓଡିଏଲ କାର୍ଯ୍ୟାଳୟରେ ଧାରଣା ସହ ବିକ୍ଷୋଭ କରିଥିଲା ସଂଘ। ବିକ୍ଷୋଭ ଚାଲିଥିବା ସମୟରେ ଜଣେ କର୍ମଚାରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରି ସେଥିରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲା। ପରେ ପ୍ରଶାସନିକ ଅଧିକାରୀମାନେ ପହଂଚି ଆନ୍ଦୋଳନକାରୀଙ୍କୁ ବହୁତ ବୁଝା ସୁଝା ପରେ ଆନ୍ଦୋଳନ ସାତ ଦିନ ପାଇଁ ସ୍ଥଗିତ ରଖାଯାଇଛି। ସାତଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ଏବଂ ସାମୁହିକ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos