ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ରାସ୍ତାରୋକ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ପରିକ୍ଷୀ ବଜାରରେ ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା। ଗତ ରବିବାର ରାତିରେ ପରକ୍ଷୀ ବଜାରରୁ ଗୋଟିଏ ବୋଲେରୋ ଗାଡ଼ି ଚୋରି ହୋଇଥିଲା। ଏହା ପୂର୍ବରୁ ବଜାରରେ ଥିବା ଏକ ବ୍ୟାଙ୍କରୁ ଡକାୟତି ହୋଇଥିଲା। ଏମିତିକି ସେଠାରେ ଥିବା ବିଭିନ୍ନ ଦୋକାନରୁ ବାରମ୍ୱାର ଚୋରି […]

road-block

Jyoshna Pradhan
  • Published: Thursday, 22 August 2019
  • , Updated: 22 August 2019, 01:36 PM IST

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ସଦର ବ୍ଲକର ପରିକ୍ଷୀ ବଜାରରେ ଚୋରି ଓ ଡକାୟତି ବଢୁଥିବା ପ୍ରତିବାଦରେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା।

ଗତ ରବିବାର ରାତିରେ ପରକ୍ଷୀ ବଜାରରୁ ଗୋଟିଏ ବୋଲେରୋ ଗାଡ଼ି ଚୋରି ହୋଇଥିଲା। ଏହା ପୂର୍ବରୁ ବଜାରରେ ଥିବା ଏକ ବ୍ୟାଙ୍କରୁ ଡକାୟତି ହୋଇଥିଲା। ଏମିତିକି ସେଠାରେ ଥିବା ବିଭିନ୍ନ ଦୋକାନରୁ ବାରମ୍ୱାର ଚୋରି ହୋଇଥିଲେ ମଧ୍ୟ  ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଓ ଦୋକାନୀମାନେ ରାସ୍ତାରୋକ କରିଥିଲେ।

ତେବେ ଘଟଣାସ୍ଥଳରେ ବାଲେଶ୍ୱର ଡିଏସ୍‌ପି ପହଞ୍ଚି ସାତ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଏହାପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Related story