ଇମ୍ଫା ସୁରକ୍ଷାକର୍ମୀଙ୍କୁ ଧମକଚମକ ଦେଉଛନ୍ତି ଆନ୍ଦୋଳନକାରୀ

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଥେରୁବାଲି ଇମ୍ଫା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଥିଲେ ମଧ୍ୟ ବିବାଦର ସମାଧାନର ବାଟ ଫିଟି ନାହିଁ। ମାତ୍ର ଗୋଟିଏ ପର୍ଯ୍ୟାୟ କଥାବାର୍ତ୍ତା ପରେ ପ୍ରଶାସନ ପକ୍ଷରୁ ଆଉ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅପରେପକ୍ଷେ ଆନ୍ଦୋଳନକାରୀ କଂପାନୀର ସୁରକ୍ଷାକର୍ମୀଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଗତକାଲି କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମ କରିବାକୁ ଆସିଥିବା ୩ ଜଣ ଯୁବକଙ୍କୁ ଆନ୍ଦୋଳନକାରୀ ବଳପୂର୍ବକ ଅଟକାଇଥିଲେ। ଏହି ତିନି ଯୁବକଙ୍କ ସମେତ ସ୍ଥାନୀୟ ଆଞ୍ଚଳର ଆଉ […]

imfa

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 09:51 PM IST

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ଥେରୁବାଲି ଇମ୍ଫା ଆନ୍ଦୋଳନ ୧୮ ଦିନରେ ପହଞ୍ଚିଥିଲେ ମଧ୍ୟ ବିବାଦର ସମାଧାନର ବାଟ ଫିଟି ନାହିଁ। ମାତ୍ର ଗୋଟିଏ ପର୍ଯ୍ୟାୟ କଥାବାର୍ତ୍ତା ପରେ ପ୍ରଶାସନ ପକ୍ଷରୁ ଆଉ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅପରେପକ୍ଷେ ଆନ୍ଦୋଳନକାରୀ କଂପାନୀର ସୁରକ୍ଷାକର୍ମୀଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଗତକାଲି କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମ କରିବାକୁ ଆସିଥିବା ୩ ଜଣ ଯୁବକଙ୍କୁ ଆନ୍ଦୋଳନକାରୀ ବଳପୂର୍ବକ ଅଟକାଇଥିଲେ। ଏହି ତିନି ଯୁବକଙ୍କ ସମେତ ସ୍ଥାନୀୟ ଆଞ୍ଚଳର ଆଉ ଦୁଇ ଯୁବକଙ୍କୁ ସେମାନେ ଥାନାକୁ ନେଇ ଯାଇଥିଲେ। ପରେ ପୋଲିସ୍, ଯୁବକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଥିବା ସୂଚନା ମିଳିଛି।

ସେହିପରି ଆନ୍ଦୋଳନକାରୀ ଆଜି କମ୍ପାନୀର ସୁରକ୍ଷାକର୍ମୀଙ୍କୁ କାମ ବନ୍ଦ ଲାଗି ଧମକ ଦେବା ସହ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଥାନାରେ ଜିମା ଦେଇଥିଲେ। ଏଥିରେ ଭୟଭୀତ ହୋଇ ସୁରକ୍ଷାକର୍ମୀମାନେ ନିଜ ନିଜ ଘରକୁ ପଳାଇଛନ୍ତି। ପୋଲିସ ଇମ୍ଫା ସୁରକ୍ଷାକର୍ମୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି।

ଅନ୍ୟପକ୍ଷରେ ବିବାଦର କେବେ ସମାଧାନ ହେବ ବୋଲି ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ମୁଣ୍ଡରୁ ଦୋଷ ଓହ୍ଲାଇ ଦେଇଛନ୍ତି। ଏହା ଶ୍ରମ ବିଭାଗର କାମ ବୋଲି ସେ କହିଛନ୍ତ।

Related story