ବିନା ଟେଣ୍ଡର ଓ ପର୍ଚେଜ କମିଟିରେ ଅଗ୍ନିଶମ ବିଭାଗ ପୋଷାକ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା: ଡିଜି

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ପୋଷାକ କିଣାରେ ହୋଇଥିବା ୩ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଲାଗି ରହିଛି। ଏହି ଅନିୟମିତତା ପ୍ରସଙ୍ଗରେ ଅଗ୍ନିଶମ ଡିଜି ବିନୟ ବେହେରା କହିଛନ୍ତି, “ଏ ସମ୍ପର୍କିତ ରେକର୍ଡ ଯାଞ୍ଚ ବେଳେ ବିନା ଟେଣ୍ଡରରେ ଓ ପର୍ଚେଜ କମିଟିର ଅନୁମୋଦନରେ ଏଥିପାଇଁ  ଅର୍ଡର ଦିଆଯାଇଥିବା ଜଣାପଡ଼ିଥିଲା। ପେମେଣ୍ଟ କରିବା ଦାୟିତ୍ୱ ମୋର ହୋଇଥିବାରୁ ମୁଁ ଏହି ମାମଲାରେ କେବଳ ସରକାରଙ୍କ ପରାମର୍ଶ ଲୋଡିଥିଲି। ପୋଷାକ କିଣା ନେଇ ୨୦୧୧-୧୨ରୁ ୨୦୧୫-୧୬ […]

binay-kumar

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 06:44 PM IST

ଭୁବନେଶ୍ୱର: ଅଗ୍ନିଶମ ବିଭାଗର ପୋଷାକ କିଣାରେ ହୋଇଥିବା ୩ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଲାଗି ରହିଛି। ଏହି ଅନିୟମିତତା ପ୍ରସଙ୍ଗରେ ଅଗ୍ନିଶମ ଡିଜି ବିନୟ ବେହେରା କହିଛନ୍ତି, “ଏ ସମ୍ପର୍କିତ ରେକର୍ଡ ଯାଞ୍ଚ ବେଳେ ବିନା ଟେଣ୍ଡରରେ ଓ ପର୍ଚେଜ କମିଟିର ଅନୁମୋଦନରେ ଏଥିପାଇଁ  ଅର୍ଡର ଦିଆଯାଇଥିବା ଜଣାପଡ଼ିଥିଲା। ପେମେଣ୍ଟ କରିବା ଦାୟିତ୍ୱ ମୋର ହୋଇଥିବାରୁ ମୁଁ ଏହି ମାମଲାରେ କେବଳ ସରକାରଙ୍କ ପରାମର୍ଶ ଲୋଡିଥିଲି। ପୋଷାକ କିଣା ନେଇ ୨୦୧୧-୧୨ରୁ ୨୦୧୫-୧୬ ଆର୍ଥିକ ବର୍ଷ ଯାଏଁ ଅଡିଟ୍ କରାଯାଇଛି।”

ଏହି ଅନିୟମିତତା  ସମ୍ପର୍କରେ ଚାଲିଥିବା ଅନୁସନ୍ଧାନ ପାଇଁ ତତ୍‌କାଳୀନ ଅଗ୍ନିଶମ ଏଡିଜି ଏନ. ନାଗେଶ୍ୱର ରାଓ ବର୍ତ୍ତମାନର ଡିଜି ବିନୟ ବେହେରା ଏବଂ ଗୃହ ସଚିବଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, “ଅଗ୍ନିଶମ ବିଭାଗ ପାଇଁ ପୋଷାକ କିଣିବାକୁ ସରକାରଙ୍କ ଅନୁମତିର ଆବଶ୍ୟକତା ନାହିଁ। ମୁଁ ଓଡ଼ିଶା ଅଗ୍ନିଶମ ବିଭାଗକୁ ଅଧିକ କ୍ରିୟାଶୀଳ କରିଥିବାରୁ ମୋ ପ୍ରତି ଇର୍ଷାନ୍ୱିତ ହୋଇ ବର୍ତ୍ତମାନର ଅଗ୍ନିଶମ ଡିଜି ବିନୟ ବେହେରା ଓ ଗୃହ ସଚିବ ଅସିତ ତ୍ରିପାଠୀ ଏପରି ଅଭିଯୋଗ କରିଛନ୍ତି। ଏଥିରେ ସତ୍ୟତା ନାହିଁ। ପୂର୍ବରୁ ମଧ୍ୟ ସେ କରିଥିବା ଅନିୟମିତା ସଂକ୍ରାନ୍ତରେ ତଦନ୍ତ ପାଇଁ ମୁଁ ଗୃହ ବିଭାଗକୁ ତିନି ତିନି ଥର ପତ୍ର ଲେଖିଥିଲେ ମଧ୍ୟ ଗୃହ ସଚିବ ଏହାକୁ ଚାପି ଦେଇଥିଲେ।”

ଅଗ୍ନିଶମ ବିଭାଗ ପାଇଁ ହଳଦିଆ ଡାଙ୍ଗେରୀ, ନାଲି ଟ୍ରାକ୍‌ସୁଟ୍‌, ହଳଦିଆ ଗଞ୍ଜି କିଣାରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ୨୦୧୩ରୁ ୨୦୧୫ ମଧ୍ୟରେ ହୋଇଥିବା ଏହି ଦୁର୍ନୀତି ସଂକ୍ରାନ୍ତରେ ଅର୍ଥ ବିଭାଗ ଅଡିଟ୍‌ କରୁଛି।

Related story