ଭାଙ୍ଗିଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ, ଶହ ଶହ ଏକର ଧାନ ଜମି ଜଳାର୍ଣ୍ଣବ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଭାଙ୍ଗି ଯାଇଛି ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ। ଏଠାରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ […]

Indrabati Canal

Indrabati Canal

Jitendra Garnayak
  • Published: Saturday, 31 July 2021
  • Updated: 31 July 2021, 11:44 AM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଭାଙ୍ଗି ଯାଇଛି ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ। ଏଠାରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା ଜଳସେଚନରେ କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡ଼ା ଯାଇଥିଲା। ହେଲେ ପ୍ରଥମ ଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ।

ଗତକାଲି ରାତିସାରା କେନାଲରେ ମାତ୍ରାଧିକ ଜଳ ଛଡ଼ା ଯିବା ଯୋଗୁ ତଥା ନିମ୍ନମାନର କାମ ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିକଟସ୍ଥ ସମସ୍ତ ଚାଷ ଜମିରେ ଧାନ ବୁଣା ଓ ରୁଆ ସରିଥିବାରୁ ସମସ୍ତ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଚାଷୀମାନେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

[caption id="attachment_663153" align="aligncenter" width="650"]farming lands ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗି ଚାଷ ଜମିରେ ମାଡ଼ି ଯାଇଛି ପାଣି[/caption]

ମାଝିଗୁଡ଼ା ଗାଁର ବାସିନ୍ଦା ଟଙ୍କଧର ନାୟକ କହିଛନ୍ତି, କେନାଲ କାମ ଭଲ ଭାବେ ହୋଇନି। ତା’ ସାଙ୍ଗକୁ ଅଧିକ ପରିମାଣରେ ପାଣି ଛାଡ଼ି ଦେଇଛନ୍ତି। ସେଥିପାଇଁ କେନାଲ ବନ୍ଧ ଭାଙ୍ଗି ଗଲା। ଏ ବର୍ଷ ଖରା ଦିନେ କେନାଲର ବିଭିନ୍ନ ସ୍ଥାନରେ ପ୍ୟାଚ୍ ପକାଇଥିଲେ। କେନାଲ ବନ୍ଧ ଭାଙ୍ଗି ପାଣି ମାଡ଼ି ଯାଇଥିବାରୁ ପ୍ରାୟ ୧୦୦ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେବ। ମାଝିଗୁଡ଼ା ଠାରୁ କୋକସରା ପର୍ଯ୍ୟନ୍ତ ଚାଷ ଜମି କ୍ଷତିଗ୍ରସ୍ତ ହେବ।

ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଇନ୍ଦ୍ରାବତୀ ଉଠାଜଳସେଚନ କର୍ତ୍ତୃପକ୍ଷ ଓ କେନାଲ ବନ୍ଧ ନିର୍ମାଣ କରୁଥିବା ଏଲ୍‌ଏନ୍‌ଟି କର୍ମଚାରୀ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଉପଜିଲ୍ଲାପାଳ ପି. ସଚିନ ପ୍ରକାଶ କହିଛନ୍ତି ଯେ କେନାଲ ବନ୍ଧ ଭାଙ୍ଗିବା ଯୋଗୁ ନିକଟସ୍ଥ ତିନୋଟି ଗାଁ ପ୍ରଭାବିତ ହୋଇଛି। ୪୮ ଘଣ୍ଟା ମଧ୍ୟରେ ମରାମତି ହୋଇଯିବ ବୋଲି ଏଲ୍‌ଏନ୍‌ଟି ଇଞ୍ଜିନିୟର ମାନେ ପ୍ରତିଶ୍ରୁତି ଦେଇଛନ୍ତି। କେନାଲ ବନ୍ଧ ଭାଙ୍ଗି ପାଣି ପଶି ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story