କୃଷି ବିଭାଗର ଫତୱା: ସମ୍ପତ୍ତି ତାଲିକା ଦିଅ, ନଚେତ୍ ଫେବୃୟାରୀରୁ ଦରମା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନିଜର ବାର୍ଷିକ ସମ୍ପତ୍ତି ତାଲିକା ଜାନୁୟାରୀ ୩୧ତାରିଖ ସୁଦ୍ଧା ଅନଲାଇନରେ ଏଚଆରଏମଏସ୍ (ମାନବସମ୍ବଳ ପରିଚାଳନା ବ୍ୟବସ୍ଥା) ପୋର୍ଟାଲରେ ଦାଖଲ ନକଲେ ଫେବୃୟାରୀ ମାସର ଦରମା ମିଳିବ ନାହିଁ । ଯେପର୍ଯ୍ୟନ୍ତ ସମ୍ପତ୍ତି ବିବରଣୀ ଦାଖଲ ନହୋଇଛି ସେପର୍ଯ୍ୟନ୍ତ ମାସିକ ଦରମା ବନ୍ଦ ରହିବ ।” ଏଭଳି କଡ଼ା ଚେତାବନୀ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ନିଜ ବିଭାଗର ସମସ୍ତ କର୍ମଚାରୀଙ୍କୁ ଜାରି କରିଛନ୍ତି। କୃଷି ସଚିବ ଶ୍ରୀ ପାଢ଼ୀ ବିଭାଗର […]

Krushi Bhawan

Krushi Bhawan

Ordigital Desk
  • Published: Monday, 09 January 2023
  • Updated: 10 January 2023, 01:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ନିଜର ବାର୍ଷିକ ସମ୍ପତ୍ତି ତାଲିକା ଜାନୁୟାରୀ ୩୧ତାରିଖ ସୁଦ୍ଧା ଅନଲାଇନରେ ଏଚଆରଏମଏସ୍ (ମାନବସମ୍ବଳ ପରିଚାଳନା ବ୍ୟବସ୍ଥା) ପୋର୍ଟାଲରେ ଦାଖଲ ନକଲେ ଫେବୃୟାରୀ ମାସର ଦରମା ମିଳିବ ନାହିଁ । ଯେପର୍ଯ୍ୟନ୍ତ ସମ୍ପତ୍ତି ବିବରଣୀ ଦାଖଲ ନହୋଇଛି ସେପର୍ଯ୍ୟନ୍ତ ମାସିକ ଦରମା ବନ୍ଦ ରହିବ ।” ଏଭଳି କଡ଼ା ଚେତାବନୀ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଆଜି ନିଜ ବିଭାଗର ସମସ୍ତ କର୍ମଚାରୀଙ୍କୁ ଜାରି କରିଛନ୍ତି।

କୃଷି ସଚିବ ଶ୍ରୀ ପାଢ଼ୀ ବିଭାଗର ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଓଡ଼ିଶା ଗଭର୍ଣ୍ଣମେଂଟ ସର୍ଭିସ କଣ୍ଡକ୍ଟ (ସଂଶୋଧନ)ରୁଲସ-୨୦୨୧ର ପ୍ରାବଧାନ ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ବାଧ୍ୟ । ଏନେଇ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ୨୦୨୨ ଡିସେମ୍ବର ୩୧ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତ କର୍ମଚାରୀଙ୍କୁ ୨୦୨୩ ଜାନୁୟାରୀ ୩୧ତାରିଖ ସୁଦ୍ଧା ନିଜର ବାର୍ଷିକ ସମ୍ପତ୍ତି ବିବରଣୀ(୨୦୨୨ ମସିହା ଡିସେମ୍ବର ୩୧ସୁଦ୍ଧା) ଏଚଆରଏମଏସ ପୋର୍ଟାଲରେ ଅନଲାଇନରେ ଦାଖଲ କରିବାକୁ ପରାମର୍ଶ ଦେଇଛି । ଏହି ବାର୍ଷିକ ସମ୍ପତ୍ତି ବିବରଣୀ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଉପର ପାହ୍ୟାକୁ ପଦୋନ୍ନତି ନିମନ୍ତେ ଜରୁରୀ ମଧ୍ୟ । ତେଣୁ ବିଭାଗର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଅନଲାଇନରେ ଏଚଆରଏମଏସ ପୋର୍ଟାଲରେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ନିଜର ସମ୍ପତ୍ତି ତାଲିକା ଧାର୍ଯ୍ୟ ସମୟସୀମା ମଧ୍ୟରେ ଦାଖଲ ନକରିବେ, ତା’ହେଲେ ସେମାନଙ୍କର ଦରମା ଫେବୃୟାରୀ ମାସରୁ ମିଳିବ ନାହିଁ । ଯେପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକରିବେ ବୋଲି ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ତାଙ୍କ ସମେତ ବିଭାଗରେ କାର୍ଯ୍ୟରତ ସମସ୍ତ ସର୍ବଭାରତୀୟ ସେବା ଅଫିସରଙ୍କ ପାଇଁ ମଧ୍ୟ ଲାଗୁ ବୋଲି ଶ୍ରୀ ପାଢ଼ୀ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ରାଜ୍ୟ କ୍ୟାବିନେଟ୍ ଏକ ପ୍ରସ୍ତାବ ପାରିତ କରି ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ସବୁପ୍ରକାରର ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story