ଆଗୁଆ ବାତ୍ୟା ସୂଚନା ପାଇଁ ରାଜ୍ୟର ୪ଟି ସ୍ଥାନରେ ହେବ ଡପଲାର ରାଡାର କେନ୍ଦ୍ର

ଭୁବନେଶ୍ୱର: ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ଲାଗି ରାଜ୍ୟର ୪ଟି ସ୍ଥାନରେ ଡପଲାର ରାଡାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ପାରାଦୀପ, ଗୋପାଳପୁର, ବାଲେଶ୍ୱର ଓ ସମ୍ୱଲପୁରରେ ପ୍ରତିଷ୍ଠା ହେବାକୁ ଥିବା ୪ଟି କେନ୍ଦ୍ର ପାଇଁ ରାଜ୍ୟ ସରକାର ଜମି ଓ ଘର ଯୋଗାଇ ଦେଇଛନ୍ତି। ଏହାମଧ୍ୟରୁ ପାରାଦୀପ ଓ ଗୋପାଳପୁରରେ କେନ୍ଦ୍ର ପାଇଁ ଉପକରଣ ସ୍ଥାପନ ହୋଇ ସାରିଛି। ସଚିବାଳୟରେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା […]

chif minister

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 02:48 AM IST

ଭୁବନେଶ୍ୱର: ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ଲାଗି ରାଜ୍ୟର ୪ଟି ସ୍ଥାନରେ ଡପଲାର ରାଡାର କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ପାରାଦୀପ, ଗୋପାଳପୁର, ବାଲେଶ୍ୱର ଓ ସମ୍ୱଲପୁରରେ ପ୍ରତିଷ୍ଠା ହେବାକୁ ଥିବା ୪ଟି କେନ୍ଦ୍ର ପାଇଁ ରାଜ୍ୟ ସରକାର ଜମି ଓ ଘର ଯୋଗାଇ ଦେଇଛନ୍ତି। ଏହାମଧ୍ୟରୁ ପାରାଦୀପ ଓ ଗୋପାଳପୁରରେ କେନ୍ଦ୍ର ପାଇଁ ଉପକରଣ ସ୍ଥାପନ ହୋଇ ସାରିଛି। ସଚିବାଳୟରେ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ଅବସରରେ ଏହି ସୂଚନା ଦିଆଯାଇଛି। ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ରାଜ୍ୟରେ ମୋଟ ୧୫୪ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଯୋଜନା ହୋଇଥିବା ବେଳେ ଏହାମଧ୍ୟରୁ ୧୨୫ଟିର ନିର୍ମାଣ ଶେଷ ହୋଇଛି। ବାତ୍ୟା ସମୟରେ ଯୋଗାଯୋଗର ରକ୍ଷା ଲାଗି ୬୦ଟି ସାଟେଲାଇଟ୍ ଫୋନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ଟେଣ୍ଡର ବିଭିନ୍ନ ପର୍ଯ୍ୟାୟରେ ରହିଥିବା ସମୀକ୍ଷା ବୈଠକରେ ସୂଚନା ଦିଆଯାଇଥିଲା।

Related story