ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ପ୍ରସଙ୍ଗ: ଲୋକସଭାରେ ବିଜେଡି ସାଂସଦଙ୍କ କହିବାକୁ ନେଇ ହଟ୍ଟଗୋଳ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ପ୍ରସଙ୍ଗରେ ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିବାକୁ ନେଇ ହଟ୍ଟଗୋଳ ହୋଇଥିଲା। ଆଜି ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ହୋହାଲ୍ଲା କରିଥିଲେ। ଫଳରେ ବିତର୍କ ସୁରୁଖୁରୁରେ ଚାଲିପାରି ନ ଥିଲା। ପରେ ସାଂଦ ମହତାବ ଏହି ପ୍ରସଙ୍ଗରେ ନିଜ ମତ ରଖି ଦେଶର ନିରାପତ୍ତା ସହ ଏହି ଦୁର୍ନୀତିର ସମ୍ପର୍କ ଥିବାରୁ ଏହାକୁ ରାଜନୀତିକରଣ କରା ନ ଯାଉ ବୋଲି କହିଥିଲେ। […]

mahatab

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 10:30 PM IST

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ପ୍ରସଙ୍ଗରେ ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିବାକୁ ନେଇ ହଟ୍ଟଗୋଳ ହୋଇଥିଲା। ଆଜି ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ହୋହାଲ୍ଲା କରିଥିଲେ। ଫଳରେ ବିତର୍କ ସୁରୁଖୁରୁରେ ଚାଲିପାରି ନ ଥିଲା। ପରେ ସାଂଦ ମହତାବ ଏହି ପ୍ରସଙ୍ଗରେ ନିଜ ମତ ରଖି ଦେଶର ନିରାପତ୍ତା ସହ ଏହି ଦୁର୍ନୀତିର ସମ୍ପର୍କ ଥିବାରୁ ଏହାକୁ ରାଜନୀତିକରଣ କରା ନ ଯାଉ ବୋଲି କହିଥିଲେ।

ତେବେ ବିଜେଡିକୁ କିପରି ଏହି ପ୍ରସଙ୍ଗରେ କହିବାକୁ ଅନୁମତି ଦିଆଗଲା ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ବାଚସ୍ପତି କହିଥିଲେ ଯେ ବିଜେପି ଓ କଂଗ୍ରେସ ନେତା କହୁଥିବା ବେଳେ ଭୟ ଦଳର ସଦସ୍ୟମାନେ ହୋହାଲ୍ଲା କରିଥିଲେ। କିନ୍ତୁ ବିଜେଡି ନେତା କହିବା ବେଳେ ଅନ୍ୟମାନେ ଶାନ୍ତିର ସହ ବସିଥିଲେ। ତେଣୁ ତାଙ୍କୁ କହିବାକୁ ଅନୁମତି ଦିଆଗଲା।

Related story