ଏମ୍‌ସ ପାଳିବ ୪ର୍ଥ ସମାବର୍ତ୍ତନ ଉତ୍ସବ, ୪୦ ଜଣ ପାଇବେ ଗୋଲ୍ଡ ମେଡ଼ାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୭ ତାରିଖରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ କରିବ ଭୁବନେଶ୍ୱର ଏମ୍‌ସ(ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍‌ସ)। ଏହି ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ପ୍ରବୀଣ ପାୱାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଉଥିବା ସୂଚନା ମିଳିଛି। ଏହି ଉତ୍ସବରେ ଅବସରରେ ୨୮୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୪୦ ଜଣ ଗୋଲ୍ଡ ମେଡାଲ ପାଇବେ। […]

Aiims

Aiims

Niranjan Mishra
  • Published: Wednesday, 04 January 2023
  • Updated: 04 January 2023, 05:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୭ ତାରିଖରେ ଚତୁର୍ଥ ସମାବର୍ତ୍ତନ ଉତ୍ସବ ପାଳନ କରିବ ଭୁବନେଶ୍ୱର ଏମ୍‌ସ(ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍‌ସ)। ଏହି ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ପ୍ରବୀଣ ପାୱାର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଉଥିବା ସୂଚନା ମିଳିଛି। ଏହି ଉତ୍ସବରେ ଅବସରରେ ୨୮୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ୪୦ ଜଣ ଗୋଲ୍ଡ ମେଡାଲ ପାଇବେ। ଏନେଇ ଆଜି ଏମ୍ସ ଭୁବନେଶ୍ଵର ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସମାବର୍ତ୍ତନ ଉତ୍ସବ ଅବସରରେ ଏମ୍ସ କ୍ୟାମ୍ପସ ପରିସରରେ ସ୍ଵତନ୍ତ୍ର ବର୍ଣ୍ଣ ସେଣ୍ଟରର ଉଦଘାଟନ ହେବ। ୩୬ ଶଯ୍ୟା ବିଶିଷ୍ଟ ଏହି ବର୍ଣ୍ଣ ସେଣ୍ଟରରେ ଦୁଇଟି ମଡୁଲାର ଓଟି ସହ ଆଇସିୟୁ ରହିବ। ଏଥିରେ ପ୍ଲାଷ୍ଟିକ ସର୍ଜରୀ ୟୁନିଟ ମଧ୍ୟ କାମ କରିବ।

ଏହି ଅବସରରେ ୧୫୦ ବେଡ୍ ବିଶିଷ୍ଟ କ୍ରିଟିକାଲ କେୟାର ହସ୍ପିଟାଲର ଶିଳାନ୍ୟାସ ହେବ। ୨ ବର୍ଷ ଭିତରେ ଏହା କାର୍ଯ୍ୟକ୍ଷମ ହେବ।

ଏବେ ଏମ୍ସ ହସ୍ପିଟାଲକୁ ପ୍ରତିଦିନ ୧୦ ହଜାରରୁ ୧୨ ହଜାର ରୋଗୀ ଆସୁଛନ୍ତି। ସେମାନଙ୍କ ସୁବିଧା ପାଇଁ କାଉଣ୍ଟରଗୁଡ଼ିକର ବିକେନ୍ଦ୍ରୀକରଣ କରାଯାଇଛି। ରୋଗୀଙ୍କ ସୁବିଧା ନିମନ୍ତେ ଏମ୍ସ ପେପରଲେସ ହେବାକୁ ଯାଉଛି। ଏଥିପାଇଁ କାର୍ଯ୍ୟକାରୀ ହେବାକୁ ଯାଉଛି। ଇ-ହସ୍ପିଟାଲ ବ୍ୟବସ୍ଥା।

ପ୍ରାରମ୍ଭିକ ଭାବେ ଏଣ୍ଡୋକ୍ରାଇନୋଲୋଜି, ମେଡିସିନ ଓ ପେଡିଆଟ୍ରିକ ସର୍ଜରୀ ବିଭାଗରେ ଇ-ହସ୍ପିଟାଲ ବ୍ୟବସ୍ଥା ଲାଗୁ ହୋଇଛି। ଏହା ଅଧୀନରେ ଏଭିଡେନ୍ସ ବେସ୍‌ଡ ମେଡିସିନ ପ୍ରାକ୍ଟିସ୍‌କୁ ଗୁରୁତ୍ଵ ଦିଆଯାଉଛି। ଏଥିଲାଗି ରୋଗୀଙ୍କ ପଞ୍ଜିକରଣ ଠାରୁ ଆରମ୍ଭ କରି ଟେଷ୍ଟ ଓ ପ୍ରିସ୍କ୍ରିପସନ୍ ଯାଏଁ ସବୁକିଛି ପେପରଲେସ ହେବ। ପରେ ଅନ୍ୟ ସମସ୍ତ ବିଭାଗରେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ଫଳରେ ଏମ୍‌ସରେ ଭିଡ଼ ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଉଛି।

ଚଳିତ ବର୍ଷ ଭୁବନେଶ୍ୱର ଏମ୍‌ସରେ କର୍ନିଆ, ଲିଭର, କାର୍ଡିଆକ ଓ ଲଙ୍ଗସ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମଡୁଲାର ଓଟି, ଆଇସିୟୁ ବ୍ୟବସ୍ଥା କରାଯାଉଛି। ଗତ ଦୁଇ ମାସ ଭିତରେ ୪ଟି ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏମ୍ସ ଭୁବନେଶ୍ଵର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ଡକ୍ଟର ବିଶ୍ୱାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story