ହୃଦରୋଗ ବିଶେଷଜ୍ଞଙ୍କର ହୃଦୟ ନାହିଁ, ଦିଲ୍‌ ଦେଇ ଠକିଦେଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୃଦରୋଗ ବିଶେଷଜ୍ଞଙ୍କର ହୃଦୟ ନାହିଁ! ବାହାହେବା ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍‌ ଦେଇଥିଲେ। ଶାରୀରିକ ସମ୍ପର୍କ ରଖିଲେ! ପରେ ଠକିଦେଲେ। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଏମ୍‌ସର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କ ବିରୋଧରେ। ପ୍ରେମିକାଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଛି। ଖୋର୍ଦ୍ଧା ଅଞ୍ଚଳର ମାଧବୀ(ଛଦ୍ମନାମ) ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ। ଦୁଇ ବର୍ଷ ତଳେ ତାଙ୍କ ବାପା ଅସୁସ୍ଥ ହୋଇ ପଡ଼ିଥିଲେ। ସେ […]

AIIMS

AIIMS

Manoranjan Sial
  • Published: Tuesday, 18 October 2022
  • Updated: 18 October 2022, 07:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୃଦରୋଗ ବିଶେଷଜ୍ଞଙ୍କର ହୃଦୟ ନାହିଁ! ବାହାହେବା ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍‌ ଦେଇଥିଲେ। ଶାରୀରିକ ସମ୍ପର୍କ ରଖିଲେ! ପରେ ଠକିଦେଲେ। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଏମ୍‌ସର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କ ବିରୋଧରେ। ପ୍ରେମିକାଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଖୋର୍ଦ୍ଧା ଅଞ୍ଚଳର ମାଧବୀ(ଛଦ୍ମନାମ) ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ। ଦୁଇ ବର୍ଷ ତଳେ ତାଙ୍କ ବାପା ଅସୁସ୍ଥ ହୋଇ ପଡ଼ିଥିଲେ। ସେ ତାଙ୍କୁ ଏମ୍‌ସ ହୃଦରୋଗ ବିଭାଗରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଚିକିତ୍ସା କରୁଥିଲେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜୟଦୀପ ଦାସଗୁପ୍ତା। ବାପାଙ୍କ ପାଖରେ ଆଟେଣ୍ଡାଣ୍ଟ ଭାବେ ରହୁଥିଲେ ମାଧବୀ। ଚିକିତ୍ସା କରିବା ଭିତରେ ମାଧବୀଙ୍କୁ ପ୍ରେମରେ ପଡ଼ିଥିଲେ ଡାକ୍ତର ଦାସଗୁପ୍ତା। ପରେ ତାଙ୍କୁ ତାଙ୍କ ମୋବାଇଲ୍ ନମ୍ୱର ମାଗିଥିଲେ। ହେଲେ ମାଧବୀ ତାଙ୍କୁ ଫୋନ୍‌ ନମ୍ୱର ଦେଇନଥିଲେ। ଯେଉଁଥିପାଇଁ ମାଧବୀଙ୍କ ବାପାଙ୍କୁ ଡାକ୍ତର ଦାସଗୁପ୍ତା ଡିସ୍‌ଚାର୍କ କରୁନଥିବା ଅଭିଯୋଗ ହୋଇଥିଲା। ପରେ ମାଧବୀ ମୋବାଇଲ୍‌ ନମ୍ୱର ଦେବାରୁ ସେ ଡିସ୍‌ଚାର୍ଜ କରିଥିଲେ।

ମାଧବୀ ତାଙ୍କ ବାପାଙ୍କୁ ଧରି ଘରକୁ ପଳାଇ ଆସିଲେ। ହେଲେ ଡାକ୍ତର ଦାସଗୁପ୍ତା ତାଙ୍କ ପିଛା ଛାଡ଼ି ନଥିଲେ। ବାରମ୍ୱାର ଫୋନ୍‌ କରୁଥିଲେ। କଥା ହେଉ ହେଉ ଉଭୟ ପରସ୍ପରର ପ୍ରେମରେ ପଡ଼ି ଗଲେ। ଉଭୟ ପରସ୍ପରକୁ ଦେଖା କରୁଥିଲା ଓ ମିଳାମିଶା ହେଉଥିଲେ। ଏମିତି କେତେ କ’ଣ କଥା ଆଗକୁ ବଢ଼ିଲା। ଯାହାଫଳରେ ମାଧବୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା। ଏକଥା ଜାଣିବା ପରେ ତାଙ୍କ ଗର୍ଭ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି।

ଚତୁର ହୃଦରୋଗ ବିଶେଷଜ୍ଞ ଡାକ୍ତର ଦାସଗୁପ୍ତ ଏହାରି ଭିତରେ ମାଧବୀଙ୍କଠାରୁ ଦୂରେଇ ଯିବା ପାଇଁ ଚାହିଁଥିଲେ। ପୂର୍ବ ପରି ଆଉ ଫୋନ୍‌ କରିନଥିଲେ।  କଥା ହେଲେନାହିଁ। ଅନ୍ୟପକ୍ଷରେ ଡାକ୍ତର ଦାସଗୁପ୍ତା ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ପାଇଁ ଯୋଜନା କରୁଥିଲେ। ଏକଥା ଜାଣିବା ପରେ ମାଧବୀ ବିଚଳିତ ହୋଇପଡ଼ିଥିଲେ। ଏନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତିକରି ଆଜି ଡାକ୍ତର ଦାସଗୁପ୍ତାଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story