‘ଆତଙ୍କବାଦୀଙ୍କ ସହ ଲିଙ୍କ ନେଇ ତଥ୍ୟ ମିଳିନି, ତଦନ୍ତ ଚାଲିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଆଡ଼େ ଗଲେ ଭୁବନେଶ୍ୱର ଏମ୍‌ସରେ ପଢ଼ୁଥିବା କାଶ୍ମୀର ଡାକ୍ତରୀ ଛାତ୍ର ସୋହେଲ ଆଜାଜ? ଏବେବି ସସ୍‌ପେନ୍ସ ଜାରି ରହିଛି। ବାପା ଅଜାଜ୍ ଅହମ୍ମଦଙ୍କ ଆକୁଳ ନିବେଦନ ସତ୍ତ୍ୱେ ପୁଅ ସୋହେଲ୍‌ଙ୍କ ପତ୍ତା ମିଳୁନାହିଁ। ତେବେ ସୋହେଲଙ୍କ ଘର ଜାମ୍ମୁ-କାଶ୍ମୀରର କୁପଓ୍ୱାଡାରେ ହୋଇଥିବାରୁ ଆତଙ୍କବାସୀଙ୍କ ସହ ଲିଙ୍କ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିଲା। ମାତ୍ର ଏପରି ସନ୍ଦେହକୁ ଖଣ୍ଡନ କରିଛନ୍ତି ଓଡ଼ିଶା ଓ ଜମ୍ମୁ-କାଶ୍ମୀର ପୋଲିସ୍‌ ଡିଜି। ସୋହେଲଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ […]

medical student

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 03:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁଆଡ଼େ ଗଲେ ଭୁବନେଶ୍ୱର ଏମ୍‌ସରେ ପଢ଼ୁଥିବା କାଶ୍ମୀର ଡାକ୍ତରୀ ଛାତ୍ର ସୋହେଲ ଆଜାଜ? ଏବେବି ସସ୍‌ପେନ୍ସ ଜାରି ରହିଛି। ବାପା ଅଜାଜ୍ ଅହମ୍ମଦଙ୍କ ଆକୁଳ ନିବେଦନ ସତ୍ତ୍ୱେ ପୁଅ ସୋହେଲ୍‌ଙ୍କ ପତ୍ତା ମିଳୁନାହିଁ। ତେବେ ସୋହେଲଙ୍କ ଘର ଜାମ୍ମୁ-କାଶ୍ମୀରର କୁପଓ୍ୱାଡାରେ ହୋଇଥିବାରୁ ଆତଙ୍କବାସୀଙ୍କ ସହ ଲିଙ୍କ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିଲା। ମାତ୍ର ଏପରି ସନ୍ଦେହକୁ ଖଣ୍ଡନ କରିଛନ୍ତି ଓଡ଼ିଶା ଓ ଜମ୍ମୁ-କାଶ୍ମୀର ପୋଲିସ୍‌ ଡିଜି। ସୋହେଲଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ ନେଇ କୌଣସି ସୁରାକ ମିଳିନଥିବା ଉଭୟ ରାଜ୍ୟର ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି।

ଓଡ଼ିଶା ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି-“ସୋହେଲ ନିଖୋଜ ନେଇ ଫେବ୍ରୁଆରୀ ୧୮ ତାରିଖରେ ଖଣ୍ଡିଗରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କ ମୋବାଇଲ ଫୋନ୍‌ ଟ୍ରକ୍‌ କରିବାରୁ ୯ ତାରିଖରେ ଭୁବନେଶ୍ୱର ଛାଡ଼ି ଥିଲେ ଓ ୧୦ ତାରିଖରେ କୋଲକାତାର ହାୱାଡ଼ାରେ ଥିବା ସୂଚନା ମିଳିଥିଲା। ତାହା ପରଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି। ତାଙ୍କ ପତ୍ତା ମିଳୁନାହିଁ। ଏନେଇ କାଶ୍ମୀର ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛି। ଏବେ କୋଲକାତା ପୋଲିସ କମିଶନର, ଜମ୍ମୁ-କାଶ୍ମୀର ଓ ଓଡ଼ିଶା ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏବେ ଆତଙ୍କବାଦୀଙ୍କ ସହ ଲିଙ୍କ ନେଇ କୌଣସି ତଥ୍ୟ ମିଳିପାରି ନାହିଁ।”

ସେହିପରି କାଶ୍ମୀର ଡିଜିପି ଏସ୍‌ପି ବୈଦ କହିଛନ୍ତି-“ସୋହେଲଙ୍କୁ ଶେଷ ଥର ପାଇଁ କୋଲକତାରେ ଦେଖିବାକୁ ମିଳିଥିଲା। ତା ପରେ ସୋହେଲଙ୍କ ସଂପର୍କରେ କୌଣସି ସୁରାକ ମିଳୁନି। ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଛୁ। ଆତଙ୍କବାଦୀ ସଂଗଠନ ସହ ସଂପର୍କ ନେଇ କିଛି ସୁରାକ ମିଳିନି।”

Related story