ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ପରେ ଅଇଁଠାପାଲି ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

<p>ସମ୍ବଲପୁର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ଏବଂ ଉତ୍ତ୍ୟକ୍ତ ଲୋକେ ଅଇଁଠାପାଲି ଥାନାରେ ଭଙ୍ଗାରୁଜା କରିବା ସହ ଥାନା ଭିତରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଥାନାରେ&nbsp; ଆସବାବପତ୍ର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶହ ଶହ ଲୋକ ସଂଘବଦ୍ଧ ଭାବେ ଥାନା ଭିତରେ ପଶି ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର&nbsp; ଶିକାର ହୋଇଛି। ଏପରିକି ସମ୍ବଲପୁର ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିବା ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ମାଡ଼ରେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଥାନା ପରିସରରେ ଥିବା ଏକାଧିକ ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଲୋକେ।</p> <p>ସୂଚନା ଅନୁସାରେ, ଅଇଁଠାପାଲି ଥାନାର ଭାଲୁପାଲି ଅଂଚଳର ଅବିନାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଚୋରି ଅଭିଯୋଗରେ ପୋଲିସ ଥାନାରେ ଆଣି ଅଟକ ରଖିଥିଲା। କିନ୍ତୁ ଗତ ବିଳମ୍ବିତ ରାତିରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୋଲିସ କହିବା କଥା, ସେ ଘୋଡାଇ ହୋଇଥିବା ବେଡସିଟକୁ ଗୁଡାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ପୋଲିସ ପିଟିପିଟି ମାରିଦେଇଛି ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ପ୍ରକୃତରେ କେଉଁ ପରିସ୍ଥିତିରେ ଅବିନାଶଙ୍କ ମୃତ୍ୟୁ ହେଲା ? ଏହା ହତ୍ୟା ନା ଅାତ୍ମହତ୍ୟା ? ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ନାହିଁ।</p>

Ordigital Desk
  • Published: Friday, 09 February 2018
  • Updated: 09 February 2018, 11:15 AM IST

Sports

Latest News

<p>ସମ୍ବଲପୁର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ସମ୍ପର୍କୀୟ ଏବଂ ଉତ୍ତ୍ୟକ୍ତ ଲୋକେ ଅଇଁଠାପାଲି ଥାନାରେ ଭଙ୍ଗାରୁଜା କରିବା ସହ ଥାନା ଭିତରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଥାନାରେ&nbsp; ଆସବାବପତ୍ର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶହ ଶହ ଲୋକ ସଂଘବଦ୍ଧ ଭାବେ ଥାନା ଭିତରେ ପଶି ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର&nbsp; ଶିକାର ହୋଇଛି। ଏପରିକି ସମ୍ବଲପୁର ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିବା ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ମାଡ଼ରେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଥାନା ପରିସରରେ ଥିବା ଏକାଧିକ ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଲୋକେ।</p><p>ସୂଚନା ଅନୁସାରେ, ଅଇଁଠାପାଲି ଥାନାର ଭାଲୁପାଲି ଅଂଚଳର ଅବିନାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଚୋରି ଅଭିଯୋଗରେ ପୋଲିସ ଥାନାରେ ଆଣି ଅଟକ ରଖିଥିଲା। କିନ୍ତୁ ଗତ ବିଳମ୍ବିତ ରାତିରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପୋଲିସ କହିବା କଥା, ସେ ଘୋଡାଇ ହୋଇଥିବା ବେଡସିଟକୁ ଗୁଡାଇ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ପୋଲିସ ପିଟିପିଟି ମାରିଦେଇଛି ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ପ୍ରକୃତରେ କେଉଁ ପରିସ୍ଥିତିରେ ଅବିନାଶଙ୍କ ମୃତ୍ୟୁ ହେଲା ? ଏହା ହତ୍ୟା ନା ଅାତ୍ମହତ୍ୟା ? ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos