ମାଲକାନଗିରି (ଜିତେନ୍ଦ୍ର ବେଉରା): ନକ୍ସଲଙ୍କ ଗତିବିଧି ଜାଣିବା ପାଇଁ ହେଲିକପ୍ଟର ମାଧ୍ୟମ ନଜର ରଖାଯାଉଛି। ସେଥିପାଇଁ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପଇଁତରା ମାରୁଛି ବାୟୁସେନାର ହେଲିକପ୍ଟର। ଆଜି ସକାଳେ ବାରମ୍ବାର ସ୍ୱାଭିମାନ ଅଞ୍ଚଳରେ ହେଲିକପ୍ଟର ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ନକ୍ସଲ ଦମନ ପାଇଁ ଏପରି ରଣନୀତି ଆପଣାଇଛନ୍ତି ସୁରକ୍ଷାକର୍ମୀ।
ଗତକାଲି ମଧ୍ୟ ପଶ୍ଚିମାଞ୍ଚଳ ଡିଆଇଜି ଓ ମାଲକାନଗିରି ଏସ୍ପି ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ବିଏସ୍ଏଫ୍ର ବରିଷ୍ଠ ଅଧିକାରୀଙ୍କ ସହ ନକ୍ସଲ ଦମନ ନେଇ ଆଲୋଚନା କରିଥିଲେ।
ସୂଚନାରୁ ପ୍ରକାଶ, ସ୍ୱାଭିମାନ ଅଞ୍ଚଳର ବିକାଶ କରିବା ପାଇଁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ଏହା ସତ୍ତ୍ୱେ ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳରେ ନିଜର ଦବ୍ଦବା ଦେଖାଉଛନ୍ତି। ଏହାକୁ ଦମନ କରିବା ପାଇଁ ହେଲିକପ୍ଟର ମାଧ୍ୟମରେ ନଜର ରଖାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।