ଦିଲ୍ଲୀ ରାସ୍ତାକୁ ଯାଉଛି ଭୁବନେଶ୍ୱର, ଅଣନିଶ୍ୱାସୀ ହେବେ ଲୋକେ !

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଭୁବନେଶ୍ୱର ସହରର ଇନଫୋସିଟିରେ ବାୟୁର ମାନ ‘ଅତି ଖରାପ’। ଲିଙ୍ଗରାଜ ମନ୍ଦିର ଓ ରିଜିଓନାଲ୍ ପ୍ଲାଂଟ୍ ଏରିଆରେ ବି ‘ଖରାପ’। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରଦୂଷଣ ମାପକ ଯନ୍ତ୍ରର ଏହା ହେଉଛି ତଥ୍ୟ। ଗାଡ଼ି ମଟର ଧୂଆଁ ଓ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମୂଳ କାରଣ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ଦ୍ୱାରା ସହରର ୧୦ଟି ସ୍ଥାନରେ ଲାଗିଥିବା ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଯାଇଛି। ନଭେମ୍ବର ୪ ତାରିଖ ଅପରାହ୍ନରେ ରବୀନ୍ଦ୍ର […]

air

air

Ordigital Desk
  • Published: Friday, 04 November 2022
  • Updated: 04 November 2022, 10:00 PM IST

ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍‌ଗୋ): ଭୁବନେଶ୍ୱର ସହରର ଇନଫୋସିଟିରେ ବାୟୁର ମାନ ‘ଅତି ଖରାପ’। ଲିଙ୍ଗରାଜ ମନ୍ଦିର ଓ ରିଜିଓନାଲ୍ ପ୍ଲାଂଟ୍ ଏରିଆରେ ବି ‘ଖରାପ’। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରଦୂଷଣ ମାପକ ଯନ୍ତ୍ରର ଏହା ହେଉଛି ତଥ୍ୟ। ଗାଡ଼ି ମଟର ଧୂଆଁ ଓ ନିର୍ମାଣ କାର୍ଯ୍ୟ ପ୍ରଦୂଷଣର ମୂଳ କାରଣ।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ଦ୍ୱାରା ସହରର ୧୦ଟି ସ୍ଥାନରେ ଲାଗିଥିବା ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଯାଇଛି। ନଭେମ୍ବର ୪ ତାରିଖ ଅପରାହ୍ନରେ ରବୀନ୍ଦ୍ର ମଣ୍ଡପ ପାଖରୁ ସଂଗୃହୀତ ଡିସପ୍ଲେ ବୋର୍ଡରେ ୧୦ଟି ସ୍ଥାନର ଏୟାର କ୍ବାଲିଟି ଇଣ୍ଡେକ୍ସ- ଏକ୍ୟୁଆଇକୁ ଦେଖିଲେ ଜଣାପଡ଼େ ଯେ, ଏୟାର କ୍ବାଲିଟି ଇଣ୍ଡେକ୍ସ- ଏକ୍ୟୁଆଇର ସ୍ତର ୦ରୁ ୫୦୦ ଭିତରେ ୬ ଭାଗରେ ବିଭକ୍ତ କରାଯାଇଛି। ପ୍ରଦୂଷଣ ସ୍ତରକୁ ଦେଖି ୦-୫୦ ଭିତରେ ଥିବା ବାୟୁର ମାନ ଭଲ ଓ ଏଥିପାଇଁ ନୀଳ ଚିହ୍ନ ବ୍ୟବହାର କରାଯାଏ। ୫୧-୧୦୦ ଚଳନୀୟ ବା ମଡରେଟ, ୧୦୧ରୁ ୧୫୦ କେତେକ ରୋଗୀଙ୍କ ପାଇଁ ଅସ୍ୱାସ୍ଥ୍ୟକର ଓ ନାଲି ଚିହ୍ନରେ ଥିବା ୧୫୧ରୁ ୨୦୦ ସ୍ତର ଅସ୍ୱାସ୍ଥ୍ୟକର, ୨୦୧ରୁ ୩୦୦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର, ୩୦୧ରୁ ଅଧିକ ମାତ୍ରାକୁ ମାରାତ୍ମକ ସ୍ତରରେ ରଖାଯାଇଛି। ୨୦୦ରୁ ଅଧିକ ଏକ୍ୟୁଆଇରେ ବାହାରେ ଖେଳାଖେଳି ନ କରିବାକୁ କୁହାଯାଇଥିବା ବେଳେ ୩୦୦ ପରେ ବାହାରକୁ ନଯିବା ଉଚିତ ବୋଲି କୁହାଯାଇଛି।

ଏପରିସ୍ଥଳେ ଭୁବନେଶ୍ୱର ପାଇଁ ଇନଫୋସିସ ଅଂଚଳରେ ଏକ୍ୟୁଆଇ ୩୦୦ ଉପରକୁ ଯିବା ଓ ଲିଙ୍ଗରାଜ ମନ୍ଦିର ସହ ଆଚାର୍ଯ୍ୟ ବିହାର ପାଖ ରିଜିଓନାଲ ପ୍ଲାଂଟ ଅଂଚଳରେ ଏକ୍ୟୁଆଇ ମାତ୍ରା ୨୦୦ ଟପିବା ଚିନ୍ତାର ବିଷୟ ହୋଇଛି।

ଭୁବନେଶ୍ୱରରେ ପ୍ରଦୂଷଣ ନିଶ୍ଚିତ ବଢ଼ୁଛି ଓ ଏହା ଚିନ୍ତାଜନକ। ପ୍ରଦୂଷଣର ମୂଳ ସ୍ରୋତକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସରୋଜ ସାହୁ କହିଛନ୍ତି। ସେହିଭଳି ଭୁବନେଶ୍ୱରରେ ରାସ୍ତା ଓ କୋଠା ନିର୍ମାଣ ସହ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ନ ଆଣିଲେ ଭୁବନେଶ୍ୱର ସହର ଦିଲ୍ଲୀ ଅବସ୍ଥାକୁ ଗତି କରିବ ବୋଲି ପରିବେଶବିତ୍ ତରାନା ଆହଦ ସୟେଦ କହିଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଟପିଯିବା ପରେ ଲୋକଙ୍କ ଆଖି, କାନ ଓ ନାକରେ ଜ୍ୱଳନ ଦେଖାଦେଉଛି। ବାୟୁ ପ୍ରଦୂଷଣ ମାରାତ୍ମକ ସ୍ତରରେ ପହଁଚିଥିବାରୁ ବାଧ୍ୟ ହୋଇ ସରକାର ପ୍ରାଥମିକ ସ୍କୁଲକୁ ଛୁଟି କରିବା ସହ ଅଧା ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୀତ ଦିନେ ସାଧାରଣତଃ ବାୟୁମଣ୍ଡଳରେ ଅଧିକ ପାର୍ଟିକୁଲେଟ ମ୍ୟାଟର ବା ଧୂଳିକଣା ବୁଲିଥାଏ। ସାଧାରଣତଃ ପାର୍ଟିକୁଲେଟ ମ୍ୟାଟର ଦୁଇ ପ୍ରକାର ରହିଥାଏ- ପିଏମ୍-୨.୫ ଓ ପିଏମ୍-୧୦। ପିଏମ୍-୨.୫ କହିଲେ ଯେଉଁ ଧୂଳିକଣାର ଆକାର ୧ ମିଟରର ୧୦ ଲକ୍ଷ ଭାଗରୁ ଭାଗେ। ଅନ୍ୟ ଅର୍ଥରେ କହିଲେ ଚୁଟି ମୋଟେଇର ପ୍ରାୟ ୩୦ ଭାଗରୁ ଭାଗେ। ଏହା ଫୁସଫୁସରେ ଦେଇ ରକ୍ତରେ ମିଶିଯିବାର ଆଶଙ୍କା ଥାଏ । ପିଏମ୍-୧୦ ତା’ଠାରୁ ୪ଗୁଣ ବଡ଼ ହୋଇଥିବା ବେଳେ ଭୁବନେଶ୍ୱରରେ ପିଏମ୍-୧୦ ଧୂଳିକଣା ଅଧିକ ବୁଲୁଥିବା ଦେଖାଯାଉଛି। ରାଜଧାନୀରେ ଅଧିକ ଗାଡ଼ି ଚଳାଚଳ ଓ ନିର୍ମାଣ କାର୍ଯ୍ୟ ଯୋଗୁଁ ବାୟୁମଣ୍ଡଳରେ ଅଧିକ ଧୁଳିକଣା ଦେଖାଯାଉଛି। ଏପରିସ୍ଥଳେ ଭୁବନେଶ୍ବରର ବାୟୁ ପ୍ରଦୂଷଣ କମ କରିବା ପାଇଁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story