ବାୟୁବୀରଙ୍କ ବୀରତ୍ୱ: ରାଜଧାନୀବାସୀ ଦେଖିଲେ ‘ସୂର୍ଯ୍ୟକିରଣ’ ଜଲୱା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ):  ପ୍ରତୀକ୍ଷାର ଅନ୍ତ ଘଟିଲା।  ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’  ଟିମ୍‌। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ […]

air-show-1

air-show-1

Niharika Rout
  • Published: Friday, 16 September 2022
  • Updated: 16 September 2022, 12:10 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ):  ପ୍ରତୀକ୍ଷାର ଅନ୍ତ ଘଟିଲା।  ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’  ଟିମ୍‌। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଏକାସାଙ୍ଗରେ ଆକାଶରେ ଉଡ଼ିଥିଲା ୯ଟି ହକ୍ ଲଢୁଆ ବିମାନ। ରାଜଧାନୀ ଆକାଶରେ ଶୁଭୁଥିଲା ଲଢ଼ୁଆ ବିମାନର ଗର୍ଜନ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି  ନ ଥିବା ଜଣାଯାଇଛି।

ଏହି ଶୋ’ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ହୋଇଥିବା ବେଳେ କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆ ଓ ଆଖପାଖରେ  ପ୍ରାୟ ୫୦ ହଜାର ଲୋକଙ୍କ ଗହଳି ଜମିଥିଲା। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛନ୍ତି ।

  କଣ ଏହି ‘ସୂର୍ଯ୍ୟକିରଣ’ ?

ଏହା ହେଉଛି ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍। ୧୯୮୨ରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଗଠନ କରାଯାଇଥିଲା ପ୍ରଥମ ଏରୋବାଟିକ୍ ଟିମ୍  । ୯ଟି ହକ୍‌  ହଣ୍ଟର ଏୟାରକ୍ରାଫ୍ଟ ଉଡାଇଥିଲେ ସ୍ୱତନ୍ତ୍ର ଟିମ୍  । ସେତେବେଳେ ଏହାର ନାଁ ରଖାଯାଇଥିଲା ‘ଥଣ୍ଡରବୋଲ୍ଟସ’ ।

୧୯୯୦ ମସିହାରେ ଏଥିରେ ଭାରତ ନିର୍ମିତ ୪ଟି  କିରଣ ଏମ୍‌କେ ୨ ଟ୍ରେନର ସାମିଲ କରାଯାଇଥିଲା ।  ୧୯୯୬ରେ ଆଉ ଦୁଇଟି ଏୟାରକ୍ରାଫ୍ଟ ସାମିଲ କରାଯାଇଥିଲା  । ଏଥିସହ ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍‌ର ନୂଆ ନାଁ ରଖାଯାଇଥିଲା ‘ସୂର୍ଯ୍ୟ କିରଣ’ ।

ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଏହାର ସ୍ୱତନ୍ତ୍ର ଉଡାଣ ଆୟୋଜିତ ହୋଇଥିଲା। ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରାଯାଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ଶୋ’ ଆୟୋଜିତ ହୋଇଥିଲା ।

ତା’ପରଠାରୁ ସୂର୍ଯ୍ୟକିରଣ ଟିମ୍ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରାଯାଇ ଯୁବପିଢିଙ୍କୁ ପ୍ରେରଣା ଦିଆଯାଉଛି ।

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ହୋଇଥିବା  ଶୋ’କୁ  ଦୁଇଟି ପର୍ଯ୍ୟାୟ ଯଥା  କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଭଡ଼ାଣ ଭରିଥିଲେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଥିଲେ । ଏଥିପାଇଁ ୯ଜଣ ପାଇଲଟ ଓ ଆଉ ଦୁଇଜଣ ଷ୍ଟାଣ୍ଡବାଇରେ ରହିଥିଲେ। ‘ସୂର୍ଯ୍ୟକିରଣ’ର ଏହି ସ୍ୱତନ୍ତ୍ର ଶୋ’ ପାଇଁ ସେମାନଙ୍କୁ ୬ ମାସ ଧରି ଅଭ୍ୟାସ କରିବାକୁ ପଡିଥାଏ । ଏଥିପାଇଁ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରତିଦିନ ଦୁଇଥର ଲେଖାଏଁ ଉଡାଣ କରାଯାଇଥିଲା।

https://youtu.be/O94i1sg00kQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story