ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ:  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଉପସ୍ଥାପିତ କରାଯିବ। ବଜେଟ୍ ଉପସ୍ଥାପନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ କୁମାର ମହାପାତ୍ରଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତି ରହିବେ। ବିଶେଷ କରି ଶ୍ରୀଜଗନ୍ନାଥ ଜମି ବିକ୍ରି କରାଯାଇ ୧୦୦ କୋଟି ଟଙ୍କା ଆୟ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ କର୍ପସ୍ ଫଣ୍ଡର ବୃଦ୍ଧି […]

b-jagannath

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 06:01 AM IST

ପୁରୀ:  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଉପସ୍ଥାପିତ କରାଯିବ। ବଜେଟ୍ ଉପସ୍ଥାପନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ କୁମାର ମହାପାତ୍ରଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତି ରହିବେ। ବିଶେଷ କରି ଶ୍ରୀଜଗନ୍ନାଥ ଜମି ବିକ୍ରି କରାଯାଇ ୧୦୦ କୋଟି ଟଙ୍କା ଆୟ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ କର୍ପସ୍ ଫଣ୍ଡର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି।

ଅନ୍ୟପଟେ ଭିତ୍ତିଭୂମି ବିକାଶ, ଯାତ୍ରୀ ନିବାସ ନିର୍ମାଣ, ଶ୍ରୀମନ୍ଦିର ନୀତି ଓ ପ୍ରଶାସନିକ ବ୍ୟବସ୍ଥା, ମଡେଲ ସ୍କୁଲ ନିର୍ମାଣ, ସେବାୟତ କଲ୍ୟାଣ ଏବଂ ଅନ୍ୟାନ୍ୟ ଦିଗରେ ବ୍ୟୟ ଅଟକଳ ଉପରେ ଗୁରୁତ୍ୱ ଦିଆଯାଉଥିବାର ପ୍ରାଥମିକ ସୂଚନା ରହିଛି। ଏହି ବଜେଟ୍ ଏକ ସମତୁଲ ବଜେଟ୍ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି।

Related story