ତିନିମୁଣ୍ଡିଆରେ ଅଟକିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରୁକୁଣା ରଥକୁ ମାଉସୀ ମା’ ଅଭୁମୁଖେ ଟାଣି ନେଉଛନ୍ତି। ତେବେ ତିନିମୁଣ୍ଡିଆ ଛକରେ ଆଜି ପ୍ରଭୁଙ୍କ ରଥ ଅଟକି ରହିଛି। ଆସନ୍ତାକାଲି ପ୍ରଭୁ ଲିଙ୍ଗରାଜଙ୍କୁ ମାଉସୀ ମା’ ଅଭିମୁଖେ ନିଆଯିବ। ଆଜି ଭୋର ୫ଟାରୁ ୬ଟା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ ହୋଇଥିଲା। ସକାଳ ୭ରୁ ୮ଟା ଭିତରେ ମହାସ୍ନାନ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ସାଢ଼େ […]

ratha jatra bbsr

Rakesh Mallick
  • Published: Tuesday, 04 April 2017
  • , Updated: 04 April 2017, 10:00 PM IST

ଭୁବନେଶ୍ୱର: ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରୁକୁଣା ରଥକୁ ମାଉସୀ ମା’ ଅଭୁମୁଖେ ଟାଣି ନେଉଛନ୍ତି। ତେବେ ତିନିମୁଣ୍ଡିଆ ଛକରେ ଆଜି ପ୍ରଭୁଙ୍କ ରଥ ଅଟକି ରହିଛି। ଆସନ୍ତାକାଲି ପ୍ରଭୁ ଲିଙ୍ଗରାଜଙ୍କୁ ମାଉସୀ ମା’ ଅଭିମୁଖେ ନିଆଯିବ।

ଆଜି ଭୋର ୫ଟାରୁ ୬ଟା ମଧ୍ୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ ହୋଇଥିଲା। ସକାଳ ୭ରୁ ୮ଟା ଭିତରେ ମହାସ୍ନାନ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟାରେ ଯାତ୍ରାପୂଜା ଓ ମଧ୍ୟାହ୍ନ ସାଢ଼େ ୧୨ଟାରୁ ୧ଟା ୪୫ ମିନିଟ୍‌ରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ହୋଇଥିଲା। ମଧ୍ୟାହ୍ନ ୧ଟା ୪୫ ମିନିଟ୍‌ରୁ ୪ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥ ଟଣା ହୋଇଥିଲା।

Related story