ଆଜି ମହାଳୟା

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶୀବାଦ ଲାଭ କରାଯାଏ। ଏଥିପାଇଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା ବହୁ ପୁରାତନ। ସେହିପରି ଭୁବନେଶ୍ୱରର ବିନ୍ଦୁସାଗରରେ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଲୋକଙ୍କ ଭିଡ଼ ଜମିଛି। ସେପଟେ ଯାଜପୁରର ମା’ ବିରଜାଙ୍କ ପୀଠ ପରିସରରେ ଥିବା ନାଭିଗୟାଠାରେ […]

ଆଜି ମହାଳୟା

Rakesh Mallick
  • Published: Monday, 12 October 2015
  • , Updated: 12 October 2015, 03:22 AM IST

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା। ବିଶ୍ୱାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କ ଆର୍ଶୀବାଦ ଲାଭ କରାଯାଏ। ଏଥିପାଇଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଠାରେ ପିଣ୍ଡଦାନ କରିବା ପରମ୍ପରା ବହୁ ପୁରାତନ।

ସେହିପରି ଭୁବନେଶ୍ୱରର ବିନ୍ଦୁସାଗରରେ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଲୋକଙ୍କ ଭିଡ଼ ଜମିଛି। ସେପଟେ ଯାଜପୁରର ମା’ ବିରଜାଙ୍କ ପୀଠ ପରିସରରେ ଥିବା ନାଭିଗୟାଠାରେ ମଧ୍ୟ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯିବାର ପରମ୍ପରା ରହିଛି। ଏଠାରେ ମଧ୍ୟ ପିଣ୍ଡଦାନ ପାଇଁ ବହୁ ଲୋକଙ୍କ ସମାଗମ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିଣ୍ଡଦାନ କରିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related story