ଆଜି ମହାକାଶରେ ଦୃଶ୍ୟମାନ ହେବ ରକ୍ତ ଚନ୍ଦ୍ର

ଭୁବନେଶ୍ୱର:  ମହାକାଶରେ ଦେଖିବାକୁ ମିଳିବ ଏକ ବିରଳ ଜାଗତିକ ଦୃଶ୍ୟ। ଆଜି ପୂର୍ଣ୍ଣମୀ ତିଥି ହୋଇଥିବା ବେଳେ ରାତିରେ ଚନ୍ଦ୍ର ସ୍ୱାଭାବିକଠାରୁ ସାମାନ୍ୟ ବଡ ଆକାରରେ ଦୃଶ୍ୟମାନ ହେବ। ଲାଲ୍ ରଙ୍ଗ ଭଳି ଦେଖାଯାଉଥିବାରୁ ଏହାକୁ ସୁପର୍ ବ୍ଲଡ୍ ମୁନ ବା ରକ୍ତଜହ୍ନ ବୋଲି କୁହାଯାଇଥାଏ। ୧୯୦୦ ମସିହାରୁ ମାତ୍ର ୫ ଥର ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଶେଷ ଥର ଲାଗି ଏହା ୧୯୮୨ ମସିହାରେ ଦୃଶ୍ୟମାନ ହୋଇଥିଲା। ତେବେ ୨୦୩୩ ମସିହାରେ ପରବର୍ତ୍ତୀ […]

chandra

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 08:29 AM IST

ଭୁବନେଶ୍ୱର:  ମହାକାଶରେ ଦେଖିବାକୁ ମିଳିବ ଏକ ବିରଳ ଜାଗତିକ ଦୃଶ୍ୟ। ଆଜି ପୂର୍ଣ୍ଣମୀ ତିଥି ହୋଇଥିବା ବେଳେ ରାତିରେ ଚନ୍ଦ୍ର ସ୍ୱାଭାବିକଠାରୁ ସାମାନ୍ୟ ବଡ ଆକାରରେ ଦୃଶ୍ୟମାନ ହେବ। ଲାଲ୍ ରଙ୍ଗ ଭଳି ଦେଖାଯାଉଥିବାରୁ ଏହାକୁ ସୁପର୍ ବ୍ଲଡ୍ ମୁନ ବା ରକ୍ତଜହ୍ନ ବୋଲି କୁହାଯାଇଥାଏ। ୧୯୦୦ ମସିହାରୁ ମାତ୍ର ୫ ଥର ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଶେଷ ଥର ଲାଗି ଏହା ୧୯୮୨ ମସିହାରେ ଦୃଶ୍ୟମାନ ହୋଇଥିଲା। ତେବେ ୨୦୩୩ ମସିହାରେ ପରବର୍ତ୍ତୀ ରକ୍ତଜହ୍ନ ଦେଖିବାକୁ ମିଳିପାରେ ବୋଲି ମହାକାଶ ବିଜ୍ଞାନୀ ଅନୁମାନ କରୁଛନ୍ତି। ପୃଥିବୀକୁ ପରିକ୍ରମା କରୁଥିବା  ବେଳେ ଚନ୍ଦ୍ର  ତାର ଅତି ନିକଟତର ହେଲେ ଏହା ୧୪ ପ୍ରତିଶତ ଅଧିକ ବଡ ଓ ୩୦ ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯାଇଥାଏ। ସେହି ସମୟରେ ଯଦି ଚନ୍ଦ୍ରଗ୍ରହଣ ସ୍ଥିତି ଆସେ ତେବେ ଚନ୍ଦ୍ର ଏପରି ବଡ ଓ ଲାଲ ରଙ୍ଗର ଦେଖାଯାଏ। ତେବେ ଗ୍ରହଣ ଯୋଗୁଁ ଏହା ସମ୍ପୂର୍ଣ୍ଣ କଳା ଦେଖା ନ ଯାଇ ସୂର୍ଯ୍ୟକିରଣର ପ୍ରଭାବରେ ଲାଲ୍ ଦେଖାଯାଇଥାଏ।

 

 

Related story