ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାନ୍ଦବାଲି ଗସ୍ତ

ଭଦ୍ରକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ଗସ୍ତରେ ଯିବେ। ଭଣ୍ଡାରୀ ପୋଖରୀ, ଚାନ୍ଦବାଲି ଓ ଧାମନଗର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୫ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଉଥିବା ୩୦ରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର  ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଭଣ୍ଡାରୀପୋଖରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ସେଠାରେ କପାଳୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ ନବନିର୍ମିତ ସେତୁକୁ  ଉଦଘାଟନ କରିବେ। ମୁଖମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ ଆଶଙ୍କାରେ ପ୍ରାୟ ୨୮ […]

naveen

Rakesh Mallick
  • Published: Tuesday, 09 February 2016
  • , Updated: 10 February 2016, 02:48 AM IST

ଭଦ୍ରକ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାନ୍ଦବାଲି ଗସ୍ତରେ ଯିବେ। ଭଣ୍ଡାରୀ ପୋଖରୀ, ଚାନ୍ଦବାଲି ଓ ଧାମନଗର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୫ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଉଥିବା ୩୦ରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର  ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଭଣ୍ଡାରୀପୋଖରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ସେଠାରେ କପାଳୀ ନଦୀ ଉପରେ ବିଜୁ ସେତୁ ଯୋଜନାରେ ନବନିର୍ମିତ ସେତୁକୁ  ଉଦଘାଟନ କରିବେ।

ମୁଖମନ୍ତ୍ରୀଙ୍କ ଚାନ୍ଦବାଲି ଗସ୍ତ ପୂର୍ବରୁ ବିକ୍ଷୋଭ ପ୍ରଦର୍ଶନ ଆଶଙ୍କାରେ ପ୍ରାୟ ୨୮ ଜଣ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ। ଅଟକ ମଧ୍ୟରେ କଂଗ୍ରେସର ୨୦ ଜଣ ଓ ବିଜେପିର ୮ ଜଣ କର୍ମୀ ଅଛନ୍ତି।

Related story