ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ

ଭୁବନେଶ୍ୱର/ କଟକ/ ନୟାଗଡ଼ :   ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ  । ଆସ୍ଥା ଓ ବିଶ୍ୱାସକୁ  ଆଧାର କରି ଆଜି ଭୋଳାବାବାଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ। ନୟାଗଡ଼ କଣ୍ଟିଲୋ ମହାନଦୀ କୁଳରେ କାଉଡ଼ିଆ ମାନେ ସଂକଳ୍ପ ଓ ପୂଜା ପାଠ କରି ଶରଣକୁଳର ଲଡୁବାବା, ଦ୍ୱିତୀକେଶର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଯାଇ ପାଣି ଢାଳୁଛନ୍ତି। ଲଡୁବାବାଙ୍କ ପୀଠରେ ଜଳାଭିଷେକ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ […]

vlcsnap-2015-08-03-11h27m58s049

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 05:57 AM IST

ଭୁବନେଶ୍ୱର/ କଟକ/ ନୟାଗଡ଼ :   ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ  । ଆସ୍ଥା ଓ ବିଶ୍ୱାସକୁ  ଆଧାର କରି ଆଜି ଭୋଳାବାବାଙ୍କୁ ଜଳ ଲାଗି କରୁଛନ୍ତି କାଉଡ଼ିଆ। ନୟାଗଡ଼ କଣ୍ଟିଲୋ ମହାନଦୀ କୁଳରେ କାଉଡ଼ିଆ ମାନେ ସଂକଳ୍ପ ଓ ପୂଜା ପାଠ କରି ଶରଣକୁଳର ଲଡୁବାବା, ଦ୍ୱିତୀକେଶର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଯାଇ ପାଣି ଢାଳୁଛନ୍ତି। ଲଡୁବାବାଙ୍କ ପୀଠରେ ଜଳାଭିଷେକ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ କିପରି ଶାନ୍ତି ଶୃଙ୍ଖଳାର ସହିତ ଜଳାଭିଷେକ କରିପାରିବେ ସେଥିପାଇଁ ବ୍ୟାରିକେଡ଼ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେହିପରି କଟକର ଗଡଗଡିଆ ଘାଟ ବି ଚଳଚଞ୍ଚଳ ହୋଇପଡିଛି। ଜଳାଭିଷେକ ପାଇଁ ଏହି ଐତିହାସିକ ଘାଟରୁ ପାଣି ନେଇ ପୁରୁଷ ଓ ମହିଳା କାଉଡ଼ିଆ ଶିବାଳୟ ଅଭିମୁଖେ ଯାଉଛନ୍ତି । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ଉଭୟ ମହିଳା ଏବଂ ପୁରୁଷ କାଉଡିଆ ଏହି ଘାଟରେ ପୂଜାର୍ଚ୍ଚନା କରି ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ  ଶୈବପୀଠକୁ ଯାତ୍ରା କରିଛନ୍ତି।

 

Related story