ଆଜି ଶ୍ରାବଣ ମାସର ତୃତୀୟ ସୋମବାର: ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟର ବିଭିନ୍ନ ଶୈବପୀଠ। ମହାଦେବଙ୍କୁ ଜଳଲାଗି ପାଇଁ ଶୈବପୀଠ ଗୁଡିକୁ ଛୁଟୁଛି କାଉଡ଼ିଆଙ୍କ ସୁଅ। ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ଲିଙ୍ଗରାଜ ମନ୍ଦିର, ବାବା ପଞ୍ଚଲିଙ୍ଗେଶ୍ୱର, ଝାଡେଶ୍ୱରୀ, ବାଙ୍କେଶ୍ୱରୀ ଓ ମୁକ୍ତେଶ୍ୱର ଆଦି ଶୈବପୀଠ ଗୁଡ଼ିକରେ କାଉଡିଆମାନେ ଜଳାଭିଷେକ କରିଛନ୍ତି। ଗତକାଲି […]

kaudia

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 08:24 AM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟର ବିଭିନ୍ନ ଶୈବପୀଠ। ମହାଦେବଙ୍କୁ ଜଳଲାଗି ପାଇଁ ଶୈବପୀଠ ଗୁଡିକୁ ଛୁଟୁଛି କାଉଡ଼ିଆଙ୍କ ସୁଅ। ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାରରେ ଭୋଳାବାବାଙ୍କୁ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି।

ଲିଙ୍ଗରାଜ ମନ୍ଦିର, ବାବା ପଞ୍ଚଲିଙ୍ଗେଶ୍ୱର, ଝାଡେଶ୍ୱରୀ, ବାଙ୍କେଶ୍ୱରୀ ଓ ମୁକ୍ତେଶ୍ୱର ଆଦି ଶୈବପୀଠ ଗୁଡ଼ିକରେ କାଉଡିଆମାନେ ଜଳାଭିଷେକ କରିଛନ୍ତି।

ଗତକାଲି କାଉଡ଼ିଆମାନେ ନିଜର ମନସ୍କାମନା ପୂରଣ ପାଇ ବିଭିନ୍ନ ଜଳାଶୟରୁ ପାଣି ଉଠାଇଥିଲେ।

Related story